ଯାଜପୁର: ପାଣିକୋଇଲି ଥାନା ଟ୍ରାଫିକ ଛକ ନିକଟରେ ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ । ଏହି ଦୁର୍ଘଟଣାରେ ଜଣେ ପୋଲିସ ହୋମଗାର୍ଡ ଆହତ ହୋଇଛନ୍ତି । ଆହତ ପୋଲିସ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଆଜି ଅପରାହ୍ନରେ ପାଣିକୋଇଲି ଥାନାର ହୋମଗାର୍ଡ ପଦ୍ମାବତୀ ସାହୁ ନିଜର ଡ୍ୟୁଟି ସାରି ସ୍କୁଟିରେ ନିଜ ଘର କାଙ୍କଲାକୁ ଯାଉଥିବା ବେଳେ ପାଣିକୋଇଲି ଟ୍ରାଫିକ ଛକରେ ଏକ ଟ୍ରକ ପଛ ପଟୁ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ପଦ୍ମାବତୀ ଗାଡିରୁ ଖସି ପଡିଥିଲେ । ତେବେ ଘଟଣାସ୍ଥଳରୁ ଟ୍ରକ ସହ ଡ୍ରାଇଭର ଖସି ପଳେଇଥିବା ସୂଚନା ମିଳିଛି ।
ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରେ ପହଞ୍ଚି ପାଣିକୋଇଲି ପୋଲିସକୁ ଖବର ଦେଇଥିଲେ। ପାଣିକୋଇଲି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ପଦ୍ମାବତୀଙ୍କୁ ଚିକିତ୍ସା ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠେଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ