ETV Bharat / state

ହରିପୁର ବଜାରରୁ ଅଳଙ୍କାର ଲୁଟ୍‌ ଘଟଣାରେ ତିନି ଜଣଙ୍କୁ ବାନ୍ଧିଲା ପୋଲିସ - jajpur

କୁଆଖିଆ ଥାନା ହରିପୁର ବଜାରରୁ ଦିନ ଦ୍ବିପ୍ରହରରେ ସୁନା ଅଳଙ୍କାର ଲୁଟ ଘଟଣା, ଘଟଣାରେ କୁଆଖିଆ ପୋଲିସ ୩ ଜଣ ଲୁଟେରା ଗିରଫ । ଅଧିକ ପଢ଼ନ୍ତୁ...

Police have arrested three people,  theft of jewelery from Haripur Bazaar, କୁଆଖିଆ ଥାନା ହରିପୁର ବଜାର, ହରିପୁର ବଜାରରୁ ଲୁଟ୍‌ ଘଟଣା, ଅଳଙ୍କାର ଲୁଟ ଘଟଣା, jajpur, ଯାଜପୁର
ହରିପୁର ବଜାରରୁ ଅଳଙ୍କାର ଲୁଟ୍‌ ଘଟଣାରେ ତିନି ଜଣଙ୍କୁ ବାନ୍ଧିଲା ପୋଲିସ
author img

By

Published : Jul 9, 2021, 8:18 PM IST

ଯାଜପୁର: କୁଆଖିଆ ଥାନା ହରିପୁର ବଜାରରୁ ଦିନ ଦ୍ବିପ୍ରହରରେ ସୁନା ଅଳଙ୍କାର ଲୁଟ ଘଟଣା। ଘଟଣାରେ କୁଆଖିଆ ପୋଲିସ ୩ ଜଣ ଲୁଟେରାକୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲ୍ଲା ଜଖପୁରା ଥାନା ଦଶମାଣିଆ ଗ୍ରାମର ରଙ୍ଗା ପ୍ରଧାନ, ଆକାଶ ପ୍ରଧାନ ଓ ବିଜୟ ପ୍ରଧାନ।

ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ ହୋଇଥିବା ସୁନା ଅଳଙ୍କାରକୁ ମଧ୍ୟ ଜବତ କରିଛି ପୋଲିସ । ଏହାସହ ସେମାନଙ୍କ ନିକଟରୁ ଏକ ବାଇକ ଜବତ ହୋଇଛି । ସୂଚନା ମୁତାବକ, ବୁଧବାର ଅପରାହ୍ନରେ ରାଜେନ୍ଦ୍ରପୁର ଅଞ୍ଚଳର ରବିନ୍ଦ୍ର ବେହେରାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା ।

ହରିପୁର ବଜାରରୁ ଅଳଙ୍କାର ଲୁଟ୍‌ ଘଟଣାରେ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ହରିପୁର ବଜାରରୁ ଅଳଙ୍କାର କିଣି ନିଜ ବାଇକରେ ରଖି ଅନ୍ୟ ଜିନିଷ କିଣିବା ପାଇଁ ପାଖ ଦୋକାନକୁ ଯାଇଥିଲେ ରବିନ୍ଦ୍ର। ଏହି ସମୟରେ ଦୁର୍ବୃତ୍ତମାନେ ବାଇକରେ ଥିବା ସୁନା ଅଳଙ୍କାରକୁ ଲୁଟି ନେଇ ଫେରାର ହୋଇଯାଇଥିଲେ । ଅଭିଯୋଗ ପରେ ପୋଲିସ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ତଦନ୍ତ ଚଳାଇଥିଲା । ତେବେ ଆଜି ଏହି ଘଟଣାରେ ସଂପୃକ୍ତ ଥିବା ୩ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଯାଜପୁର ରୋଡ଼ ଏସଡିପିଓ ଚିନ୍ମୟ କୁମାର ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.