ETV Bharat / state

ବିତିଲା 4 ଦିନ: ମିଳୁନି ଯୁବକଙ୍କ ପରିଚୟ

ଯାଜପୁର ମଙ୍ଗଳପୁର ଥାନା ଅନ୍ତର୍ଗତ କାଣୀ ନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଗତ 9 ତାରିଖରେ ପୋଲିସ ମୃତଦେହକୁ ଉଦ୍ଧାର କରିଥିବାବେଳେ, ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ଅଧିକ ପଢନ୍ତୁ...

author img

By

Published : Feb 16, 2020, 1:55 PM IST

Unknow dead body found in jajpur
4 ଦିନ ପରେ ମିଳୁନି ମୃତ ଯୁବକର ପରିଚୟ

ଯାଜପୁର: ଉଦ୍ଧାର ହୋଇଥିବା ମୃତ ଯୁବକର ପରିଚୟ ଖୋଜୁଛି ପୋଲିସ । ଗତ 9 ତାରିଖରେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ କାଣୀ ନଦୀ କୂଳରେ ଏକ ଅଚିହ୍ନା ଯୁବକର ମୃତଦେହକୁ ଉଦ୍ଧାର କରାଯାଇଥିଲା । ସେପଟେ, ଘଟଣା ବିଷୟରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

4 ଦିନ ପରେ ମିଳୁନି ମୃତ ଯୁବକର ପରିଚୟ

ଅନ୍ୟପଟେ, ମୃତଦେହକୁ ଉଦ୍ଧାର କରାଯିବାର 4ଦିନ ପରେ ମଧ୍ୟ ପୋଲିସକୁ ମୃତ ଯୁବକର ପରିଚୟ ମିଳିପାରି ନାହିଁ । ଫଳରେ ମୃତଦେହକୁ ସୁରକ୍ଷିତ ରଖିଛି । ସେପଟେ, ଯଦି କୌଣସି ବ୍ୟକ୍ତି ମୃତଦେହ ସମ୍ପର୍କରେ ଖବର ପାଆନ୍ତି, ତେବେ ତୁରନ୍ତ ପୋଲିସକୁ ଖବର ଦେବାକୁ ଅନୁରୋଧ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.