ETV Bharat / state

ବିତିଗଲା ସମୟସୀମା ହୋଇପାରିଲାନି ବନୀକରଣ, ଆତ୍ମସାତ୍ 3 ଲକ୍ଷ ଟଙ୍କା - ବିତିଗଲା ସମୟସୀମା ହୋଇପାରିଲାନି ବନୀକରଣ

ଖେଳ ପଡିଆକୁ କରାଯାଇଥାନ୍ତା ସୌନ୍ଦର୍ଯ୍ୟୀକରଣ, ଲାଗିଥାନ୍ତା ନାନା ପ୍ରକାର ବୃକ୍ଷ । ଫଳକ ଲାଗିଲା, ଅର୍ଥ ମଧ୍ୟ ମଞ୍ଜୁର ହେଲା । ହଜାରେ କି ଦି ହଜାରେ ନୁହେଁ ବରଂ 3 ଲକ୍ଷ ଟଙ୍କା । ମାତ୍ର ନା ହୋଇଛି ବୃକ୍ଷରୋପଣ ନା ସୌନ୍ଦର୍ଯ୍ୟୀକରଣ । ଅଧିକ ପଢନ୍ତୁ..

ବିତିଗଲା ସମୟସୀମା ହୋଇପାରିଲାନି ବନୀକରଣ
ବିତିଗଲା ସମୟସୀମା ହୋଇପାରିଲାନି ବନୀକରଣ
author img

By

Published : Mar 20, 2021, 5:01 PM IST

ଯାଜପୁର: ଖେଳ ପଡିଆକୁ କରାଯାଇଥାନ୍ତା ସୌନ୍ଦର୍ଯ୍ୟୀକରଣ, ଲାଗିଥାନ୍ତା ନାନା ପ୍ରକାର ବୃକ୍ଷ । ଫଳକ ଲାଗିଲା, ଅର୍ଥ ମଧ୍ୟ ମଞ୍ଜୁର ହେଲା । ହଜାରେ କି ଦି ହଜାରେ ନୁହେଁ ବରଂ 3 ଲକ୍ଷ ଟଙ୍କା । ମାତ୍ର ନା ହୋଇଛି ବୃକ୍ଷରୋପଣ ନା ସୌନ୍ଦର୍ଯ୍ୟୀକରଣ । ଫଳକ ବି ଅଛି ହେଲେ ଖେଳ ପଡିଆରୁ 2 କିଲୋମିଟର ଦୂରରେ । ଯାଜପୁରର କୋରେଇ ବ୍ଲକ୍ ଧନେଶ୍ବର ପଞ୍ଚାୟତ ସାନପାଟୁଳୀ ଗାଁରେ ଖେଳପଡିଆ ବନୀକରଣ ପାଇଁ ଅନୁମୋଦନ କରାଯାଇଥିଲା ଅର୍ଥ । ସମୁଦାୟ ୧୫ ଜଣ ଶ୍ରମିକଙ୍କ ପାଇଁ ୩ଟି ମଷ୍ଟରରୋଲରେ ସୃଷ୍ଟି ହୋଇଛି ୧୧୪ ଶ୍ରମଦିବସ । ଏ ଭିତରେ ସମୟସୀମା ମଧ୍ୟ ସରିଛି କିନ୍ତୁ ଚାରା ରୋପଣ ମାଟେରିଆଲ୍ ବାବଦକୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନି, ଯେଉଁ 5-6ଟି ପିଜୁଳି, ଲେମ୍ବୁ, ନଡିଆ, ଲିମ୍ବ ଗଛ ଲାଗିଛି, ସେଥିରେ ନା ସାର ଦିଆଯାଇଛି ନା ଅଛି ତାର ବାଡ ।

ବିତିଗଲା ସମୟସୀମା ହୋଇପାରିଲାନି ବନୀକରଣ

ମଞ୍ଜୁରୀ ସଂଖ୍ୟା ୨୩୧୧୪୩/ଏଏସ୍ ତା୨୨-୯-୨୦୨୦ ରେ ଉକ୍ତ ଖେଳପଡିଆରେ ଚାରାରୋପଣ କାର୍ଯ୍ୟ ସେପ୍ଟେମ୍ବର 30,2020ରେ ଆରମ୍ଭ ହୋଇଥିଲା । 4 ମାସ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ଧାର୍ଯ୍ୟ କରାଗଲା ସମୟସୀମା । ମୋଟ 3 ଲକ୍ଷ ଅର୍ଥ ମଞ୍ଜୁର ହୋଇଥିବାବେଳେ ଅଣକୁଶଳୀଙ୍କ ପାଇଁ ଧାର୍ଯ୍ୟ ହୋଇଥିଲା 33, 972ଟଙ୍କା । ହେଲେ ଟଙ୍କା ଆତ୍ମସାତ ପାଇଁ ଯୋଗ୍ୟ ବଦଳରେ ଅଯୋଗ୍ୟ କାର୍ଡଧାରୀମାନଙ୍କୁ କାମ ଦିଆଯାଇ କରାଗଲା ମିଥ୍ୟା ବିଲ୍ । ବଡପାଟୁଳି, ସାନପାଟୁଳି, ଅଳଦା ଜଳେଶ୍ବରପୁର, ଧନେଶ୍ବର ଆଦି ଗ୍ରାମର ବହୁ ଅଯୋଗ୍ୟ ମନରେଗା ଜବ୍ କାର୍ଡଧାରୀଙ୍କୁ କାମରେ ଲଗାଯାଇଥିବା ମନରେଗା ୱେବସାଇଟରୁ ମିଳିଛି ତଥ୍ୟ ।

ଏହି ଘୋଟାଲା ନେଇ ପଞ୍ଚାୟତ ସମିତିସଭ୍ୟା ମମତାରାଣୀ ଘଡ଼ାଇ, ପ୍ରକଳ୍ପ ନିର୍ଦ୍ଦେଶକ ଯାଜପୁରଙ୍କୁ ଅଭିଯୋଗ କରିବା ସହିତ ବିଡ଼ିଓଙ୍କୁ ଏହାର ନକଲ କପି ପ୍ରଦାନ କରିଛନ୍ତି । ତେଣେ ଏହାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନନେଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାଇଛନ୍ତି ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ବିକ୍ରମ କୁମାର ବିଶ୍ବାଳ ।

କେବଳ କୋରେଇ ବ୍ଲକ ନୁହେଁ ବରଂ ଅନେକ ସ୍ଥାନରେ ବୃକ୍ଷରୋପଣ ବା ବନୀକରଣ କାର୍ଯ୍ୟକ୍ରମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ତେବେ ବନୀକରଣ ନାଁରେ ଅର୍ଥ ଆତ୍ମସାତ କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଅନେକ ଯୋଜନା ବାଟବଣା ହେବାକୁ ବର୍ତ୍ତିଯାଇପାରେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.