ETV Bharat / state

ବାହାର ରାଜ୍ୟରୁ ଯାଜପୁର ଫେରିବେ 28 ହଜାର ପ୍ରବାସୀ, ଅନଲାଇନରେ କଲେ ପଞ୍ଜିକରଣ - Online registration of 28,000 people

ରାଜ୍ୟ ବାହାରୁ ଜିଲ୍ଲାକୁ ଫେରିବାକୁ ଏବେ ସୁଦ୍ଧା ୨୮ ହଜାରରୁ ଉର୍ଦ୍ଧ ଲୋକ ନିଜର ନାମ ପଞ୍ଜିକରଣ କରି ସାରିଲେଣି । ସେମାନଙ୍କ ରହିବା ପାଇଁ ଜିଲ୍ଲାରେ ୪୩୬ଟି ଅସ୍ଥାୟୀ ମେଡିକାଲ ସେଣ୍ଟର ବା କ୍ୱାରେନଣ୍ଟାଇନ କେନ୍ଦ୍ର ଖୋଲାଯାଇଛି ।

ବାହାର ରାଜ୍ୟରୁ ଯାଜପୁର ଫେରିବାକୁ 28 ହଜାର ଲୋକଙ୍କ ଅନଲାଇନ ପଞ୍ଜିକରଣ
Online registration
author img

By

Published : Apr 29, 2020, 11:06 AM IST

ଯାଜପୁର: ଜିଲ୍ଲାରେ କୋରୋନା ନିୟନ୍ତ୍ରଣ କରିବା ପାଇଁ ୫ଟି ବ୍ଲକ ଏବଂ ଗୋଟିଏ ପୌରପାଳିକାରେ ଲାଗୁ ହୋଇଥିବା କଣ୍ଟେନମେଣ୍ଟ କଟକଣା ଆଜି ସଂଧ୍ୟା ୬ଟାରେ ହଟିବ । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୯ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାତ୍ର ଜଣେ ରୋଗୀ ସୁ୍ସ୍ଥ ହୋଇ ଘରେ ଅଛନ୍ତି । ୧୮ ଜଣ ଆକ୍ରାନ୍ତ କଲିକତା ପେଂରନ୍ତା ବୋଲି ସୂଚନା ରହିଛି। ସେଥିପାଇଁ କଲିକତାରୁ ଆସିଥିବା ସମସ୍ତ ଲୋକଙ୍କ ସ୍ୱାବ ନମୂନା ସଂଗ୍ରହ କରାଯାଉଛି ।

Online registration

ଇତିମଧ୍ୟରେ ୧୨୦୦ରୁ ଅଧିକ ଲୋକେ କଲିକତାରୁ ଓଡିଶା ଆସିଥିବା ଜଣାପଡିଛି । ଏହି କଲିକତା ପେଂରନ୍ତା ମାନଙ୍କର ସ୍ୱାବ ସଂଗ୍ରହ ସରିବା ପରେ ଆଶା ଏବଂ ଅଙ୍ଗନବାଡି କର୍ମଚାରୀଙ୍କ ସ୍ୱାବ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଆସନ୍ତା ମେ ୩ ତାରିଖ ଦିନ ସାରା ଦେଶରୁ ଲକ ଡାଉନ ହଟିବା ପରେ ରାଜ୍ୟ ବାହାରୁ ଜିଲ୍ଲାକୁ ଫେରିବାକୁ ଏବେ ସୁଦ୍ଧା ୨୮ ହଜାରରୁ ଉର୍ଦ୍ଧ ଲୋକ ନିଜର ନାମ ପଞ୍ଜିକରଣ କରି ସାରିଲେଣି । ସେମାନଙ୍କ ରହିବା ପାଇଁ ଜିଲାର ୪୩୬ଟି ଅସ୍ଥାୟୀ ମେଡିକାଲ ସେଣ୍ଟର ବା କ୍ୱାରେନଣ୍ଟାଇନ କେନ୍ଦ୍ର ଖୋଲାଯାଇଛି । ଆଗକୁ ଆହୁରି ଅଧିକ କ୍ୱାରେନଣ୍ଟାଇନ କେନ୍ଦ୍ର ଖୋଲାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.