ETV Bharat / state

ଅଭିନବ ଉପାୟରେ ଟ୍ୟାଙ୍କରରୁ ତେଲ ଚୋରି, ୨ ଗିରଫ

ଚଣ୍ଡିଖୋଲ ପାରାଦୀପ ଜାତୀୟ ରାଜପଥ ଟୋଲ ଗେଟ ନିକଟରୁ ଡିଜେଲ ଚୋରିବେଳେ ୨ ଜଣଙ୍କୁ ଧରିଲା ପୋଲିସ । ଅଧିକ ପଢନ୍ତୁ

oil thief  two accused arrested by dharmsala police
ଅଭିନବ ଉପାୟରେ ଟ୍ୟାଙ୍କରରୁ ତେଲ ଚୋରି
author img

By

Published : Nov 16, 2021, 6:59 AM IST

ଯାଜପୁର: ଅଭିନବ ଉପାୟରେ ଟ୍ୟାଙ୍କରରୁ ଡିଜେଲ ଚୋରି । ଚଣ୍ଡିଖୋଲ ପାରାଦୀପ ଜାତୀୟ ରାଜପଥର ଶ୍ରୀରାମପୁର ଟୋଲ ଗେଟ ନିକଟରୁ ଡିଜେଲ ଚୋରି ସମୟରେ ୨ ଜଣଙ୍କୁ କାବୁ କଲା ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ ।

ଅଭିନବ ଉପାୟରେ ଟ୍ୟାଙ୍କରରୁ ତେଲ ଚୋରି

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଶ୍ରୀରାମପୁର ଟୋଲଗେଟ ନିକଟରେ ତେଲ ଟ୍ୟାଙ୍କରରୁ ଡିଜେଲ ଚୋରି ହେଉଥିବା ଖବର ପାଇ ଧର୍ମଶାଳା ପୋଲିସ ଚଢାଉ କରିଥିଲା । ଏହି ସମୟରେ ବେଆଇନ କାରବାରେ ଲିପ୍ତ ଥିବା ୨ଜଣଙ୍କୁ କାବୁ କରିଥିବା ବେଳେ ଏଥିରେ ସଂପୃକ୍ତ ଥିବା ଆଉ କେତେ ଜଣ ଖସିଯିବାକୁ ସକ୍ଷମ ହୋଇଥିଲେ । ଘଟଣାସ୍ଥଳରୁ ଏକ ତେଲ ବୋଝେଇ ଟ୍ୟାଙ୍କର ସହ ବ୍ୟବହୃତ ପ୍ଲାଷ୍ଟିକ ଜାର ଓ ପାଇପକୁ ଜବତ କରିଛି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ନୟାଗଡ ଜିଲା ଶରକୂଳ ଥାନା ଅଞ୍ଚଳର କୁବେର ସାହୁ ଏବଂ ଧର୍ମଶାଳା ଥାନା ସ୍ଥାନୀୟ କ୍ଷେତ୍ରପାଳ ଗ୍ରାମର ବଳରାମ ସାହୁ । ଏମାନେ ପାରାଦ୍ବୀପରୁ ଆସୁଥିବା ତେଲ ଟ୍ୟାଙ୍କର ଗୁଡିକକୁ ଏହି ସ୍ଥାନରେ ଅଟକାଇ ବେଆଇନ ଭାବେ ତେଲ ଚୋରି କରିନେଇଥାନ୍ତି ।

ଧର୍ମଶାଳା ପୋଲିସ ଗିରଫ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରିବା ସହ ଏହି ଘଟଣାରେ ଆଉ କେଉଁ ମାନଙ୍କର ସଂପୃକ୍ତି ଅଛି ଓ ଏହି ରାକେଟର ଚେର କେଉଁ ଯାଏଁ ଲମ୍ବିଛି ସେ ନେଇ ଅଧିକ ତଦନ୍ତ ଚଳାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.