ETV Bharat / state

ଦେଶରେ ଚର୍ଚ୍ଚିତ ବ୍ୟାସନଗର ଛାତ୍ରଛାତ୍ରୀ; କୁନି ବୈଜ୍ଞାନିକଙ୍କ କମାଲ, ରୋବୋଟିକ ପ୍ରତିଯୋଗିତାରେ 4ଟି ପଦକ - ଅନ୍ତର୍ଜାତୀୟ ରୋବଟିକ ପ୍ରତିଯୋଗିତା ୨୦୨୩

ଚଳିତ ଅନ୍ତର୍ଜାତୀୟ ରୋବଟିକ ପ୍ରତିଯୋଗିତାରେ ଯାଜପୁର ଜିଲ୍ଲା ସ୍ଥିତ ବ୍ୟାସନଗରର କୁନିକୁନି ଛାତ୍ରଛାତ୍ରୀମାନେ ଭାଗନେଇ କୃତିତ୍ବ ପ୍ରଦର୍ଶନ କରିଛନ୍ତି । ଯେଉଁଥିରେ ସେମାନେ 2ଟି ରୌପ୍ୟ ଓ 2ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଚାରିଆଡୁ ପ୍ରଂଶସାର ସୁଅ ଛୁଟିଛି । ଅଧିକ ପଢ଼ନ୍ତୁ

world robotics championship 2023
ଅନ୍ତର୍ଜାତୀୟ ରୋବଟିକ ପ୍ରତିଯୋଗିତା ୨୦୨୩
author img

By

Published : Aug 7, 2023, 10:04 PM IST

ଅନ୍ତର୍ଜାତୀୟ ରୋବଟିକ ପ୍ରତିଯୋଗିତା ୨୦୨୩

ଯାଜପୁର: କମ୍ପ୍ୟୁଟର ଯୁଗ ପରେ ଆରମ୍ଭ ହୋଇଛି ରୋବର୍ଟ ଯୁବ । ବର୍ତ୍ତମାନ ସମୟରେ ଅନେକ ସ୍ଥାନରେ ରୋବର୍ଟ ମଣିଷର ସ୍ଥାନ ନେବା ଆରମ୍ଭ କରିସାରିଛି । ଆଜିର ଛାତ୍ରଛାତ୍ରୀ ରୋବୋର୍ଟର ଉଦ୍ଭାବନ, ନିର୍ମାଣ ଓ ବ୍ୟବହାର ସମ୍ପର୍କରେ ଅନେକ ତଥ୍ୟ ଆବିଷ୍କାର କରିପାରୁଛନ୍ତି । ରୋବର୍ଟ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବା ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ରୋବୋଟିକ କର୍ମଶାଳା, ପ୍ରଦର୍ଶନୀ ଓ ପ୍ରତିଯୋଗିତା ମାନ ଆୟୋଜନ କରାଯାଉଛି । ନିକଟରେ ଦିଲ୍ଲୀ ଠାରେ ଆୟୋଜିତ ଏକ ଅନ୍ତର୍ଜାତୀୟ ରୋବୋଟିକ ପ୍ରତିଯୋଗିତାରେ ଓଡ଼ିଶା ପକ୍ଷରୁ ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ଏକ ଘରୋଇ ସ୍କୁଲର କୁନିକୁନି ଛୀତ୍ରଛାତ୍ରୀ ମାନେ ବିଭିନ୍ନ ରୋବର୍ଟ ତିଆରି କରି ଅନ୍ତର୍ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରିବା ସହ ବ୍ରୋଞ୍ଜ୍ ଓ ରୌପ୍ୟ ପଦକ ହାସଲ କରିଛନ୍ତି ।

ଆଗାମୀ ଯୁବପିଢ଼ି ପାଇଁ ରୋବର୍ଟ ସବୁଠାରୁ ଭଲ ବନ୍ଧୁ ହେବାକୁ ଯାଉଛି । ଏବେଠୁ ରୋବର୍ଟ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଅଧିକ ଜ୍ଞାନକୌଶଳ ହାସଲ କରିବା ଜରୁରୀ ହୋଇପଡିଛି । ବୈଜ୍ଞାନିକ ମାନସ ମହାନ୍ତିଙ୍କ ଠାରୁ ପ୍ରେରଣା ପାଇ ଅନେକ କୁନିକୁନି ଛାତ୍ରଛାତ୍ରୀ ସଫଳତାର ସୋପାନ ଅତିକ୍ରମ କରି ଚାଲିଛନ୍ତି । ଭିନ୍ନଭିନ୍ନ ସମୟରେ କର୍ମଶାଳା ଓ ପ୍ରଦର୍ଶନୀ ଜରିଆରେ ରୋବର୍ଟର ଉଦ୍ଭାବନ, ନିର୍ମାଣ, କୌଶଳ ଓ ବ୍ୟବହାର ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇଆସୁଛନ୍ତି ମାନସ । ଫଳରେ ସର୍ବଦା ଟିଭି ଓ ଇଣ୍ଟରନେଟରେ ରୋବର୍ଟ ଦେଖୁଥିବା ଏହି ଛାତ୍ରଛାତ୍ରୀ ଏବେ ନିଜ ହାତରେ ଏହାର ତିଆରି ଓ ବ୍ୟବହାର ସମ୍ପର୍କରେ ଜ୍ଞାନ ଆହରଣ କରିପାରିଛନ୍ତି । ଚଳିତ ଅନ୍ତର୍ଜାତୀୟ ରୋବଟିକ ପ୍ରତିଯୋଗିତାରେ ଭାଗ ନେଇ ଏହି କୁନିକୁନି ଛାତ୍ରଛାତ୍ରୀମାନେ କୃତିତ୍ବ ପ୍ରଦର୍ଶନ କରି 2ଟି ରୌପ୍ୟ ଓ 2ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ସଫଳତା ନେଇ ଛାତ୍ରୀ କହିଛନ୍ତି, "ଏହା ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତା ହୋଇଥିବାରୁ ବିଶ୍ବର ବିଭିନ୍ନ ଦେଶରୁ ପ୍ରାୟ 8000ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ମାତ୍ର ଆମେ ସେଠାରେ ଭଲ ପ୍ରଦର୍ଶନ କରିଥିଲୁ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ କିଛି ଶିଖିବାକୁ ମିଳିଲା । ଆଗାମୀ ଦିନରେ କିଭଳି ସ୍ବର୍ଣ୍ଣ ପଦକ ହାସଲ କରିବେ ସେଦିଗରେ ଲକ୍ଷ୍ୟ ରହିଛି । "

ଏହା ମଧ୍ୟ ପଢ଼ନ୍ତୁ: ବୋରଓ୍ବେଲରେ ଯିବନି ପିଲାଙ୍କ ଜୀବନ, ଉଦ୍ଧାର କରିବ ରୋବୋର୍ଟ ରେସ୍କ୍ୟୁଅର !

ଆୟୋଜିତ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଯାଜପୁର ମାଟିର 10ଜଣ କୁନିକୁନି ଛାତ୍ରଛାତ୍ରୀ ଓଡିଶା ପାଇଁ ପ୍ରତିନିଧିତ୍ୱ କରିଥିଲେ । ପ୍ରତିଯୋଗୀତାରେ ସାରା ବିଶ୍ୱରୁ 22ଟି ଦେଶର 8ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ତେବେ ଏକମାତ୍ର ବ୍ୟାସନଗରର ଏହି କୁନିକୁନି ଛାତ୍ରଛାତ୍ରୀମାନେ ଏକାବେଳକେ 4ଟି ପଦକ ହାସଲ କରି ଦେଶ ପାଇଁ ରେକର୍ଡ ସୃଷ୍ଟି କରିଛନ୍ତି । ଅବଜେକ୍ଟ ଫଲୋଇଙ୍ଗ୍ ରୋବର୍ଟ, ଅବଷ୍ଟାକଲ ଆଭଏଡିଂ ରୋବର୍ଟ, ମୋବାଇଲ କଣ୍ଟ୍ରୋଲ ରୋବର୍ଟ, ଲାଇନ ଫଲୋଇଙ୍ଗ୍ ରୋବର୍ଟ ଆଦି ବିଭିନ୍ନ ପ୍ରକାରର ରୋବର୍ଟ ନିର୍ମାଣ କରି ଏହି କୁନି ବୈଜ୍ଞାନିକ ମାନେ ସାରା ଦେଶରେ ନାଁ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଚାରିଆଡୁ ପ୍ରଂଶସାର ସୁଅ ଛୁଟିଛି । ଆଜିର ଯୁଗରେ କମ୍ପୁଟର ପରି ଯଦି ରୋବର୍ଟକୁ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ସାମିଲ କରାଯାଏ, ତେବେ ଛାତ୍ରଛାତ୍ରୀ ମାନେ ରୋବର୍ଟ ସମ୍ପର୍କରେ ଅଧିକରୁ ଅଧିକ ଜ୍ଞାନ ଆହରଣ କରିପାରନ୍ତେ ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.