ETV Bharat / state

ଜନ୍ମ ମାଟିରେ ପହଞ୍ଚିଲା ଯବାନଙ୍କ ମରଶରୀର, ମିଳିଲାନି ଗାର୍ଡ ଅଫ ଅନର

ଜନ୍ମ ମାଟିରେ ପହଞ୍ଚିଲା ଓଡ଼ିଆ ଶହୀଦ ଯବାନ ପ୍ରବୀର ନାୟକଙ୍କ ମରଶରୀର । ହେଲେ ମିଳିଲାନି ସମ୍ମାନ । ଏ ନେଇ ଶହୀଦଙ୍କ ପରିବାର ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Oct 9, 2019, 2:16 PM IST

Updated : Oct 9, 2019, 6:09 PM IST

ଭୁବନେଶ୍ବର: ଜନ୍ମ ମାଟିରେ ପହଞ୍ଚିଲା ଓଡ଼ିଆ ଶହୀଦ ଯବାନ ପ୍ରବୀର ନାୟକଙ୍କ ପାର୍ଥୀବ ଶରୀର । ହେଲେ ମିଳିଲାନି ସମ୍ମାନ । ଏ ନେଇ ଶହୀଦଙ୍କ ପରିବାର ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି । ଏପଟେ ପୋଲିସ ପ୍ରଶାସନ ପହଞ୍ଚି ପରିବାର ଲୋକଙ୍କ ସହ ଆଲେଚନା କରିଛି ।

ଜନ୍ମମାଟିରେ ଯବାନଙ୍କ ମରଶରୀର

ଯାଜପୁର କଚେରୀ ଗାଁର ଦିବାକର ନାୟକଙ୍କ ୪ର୍ଥ ପୁଅ ପ୍ରବୀର । ଆସାମ ରାଇଫଲର ଅଷ୍ଟମ ବାଟାଲିଅନରେ ପ୍ରବୀର ଗନମ୍ୟାନ ଭାବେ କାର୍ଯ୍ୟରତ ଥିଲେ ।

ମିଜୋରାମର ସରଚିପ ଜିଲ୍ଲାରେ ଚୀନ ସୀମାରେ ପ୍ରହରା ଦେଉଥିବା ସମୟରେ ଅତ୍ୟଧିକ ଥଣ୍ଡା ଯୋଗୁଁ ହୃଦଘାତରେ ସେ ପ୍ରାଣ ହରାଇଥିଲେ । ଫଳରେ କାର୍ଯ୍ୟରତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।

ପ୍ରବୀରଙ୍କ 3 ଭାଇ ଥିବାବେଳେ ସମସ୍ତେ ଦେଶ ସେବାରେ ନିୟୋଜିତ । ତାଙ୍କ ପତ୍ନୀ ଦୀପ୍ତିକା ନାୟକ ଓ ତାଙ୍କର ଦୁଇଟି କୁନି ଝିଅ ଅଛନ୍ତି ।

ଓଡ଼ିଆ ଶହୀଦ ଯବାନ ପ୍ରବୀର ନାୟକ

ପ୍ରକାଶ ଯେ, ଶହୀଦଙ୍କୁ ସମ୍ମାନ ଦେବାରେ ଅବହେଳା ଅଭିଯୋଗ ହୋଇଛି । ଆଜି ଭୁବନେଶ୍ବର ବିମାନ ବନ୍ଦରରେ ଘଂଟା ଘଂଟା ଧରି ତାଙ୍କ ମର ଶରୀର ପଡି ଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି । ଏପରିକି ଗାର୍ଡ ଅଫ ଅନର୍ ଦିଆନଯିବାକୁ ନେଇ କ୍ଷୋଭ ପ୍ରକାଶ କଲେ ପରିବାର ସଦସ୍ୟ ।

ତେବେ ଅପରାହ୍ଣରେ ତାଙ୍କ ପାର୍ଥୀବ ଶରୀର ଗାଁରେ ପହଞ୍ଚିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା ଓ ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Date_09/10/19
Place_jajpur
Slug_ଆଜି ଓଡ଼ିଶାରେ ପହଞ୍ଚିବ ଓଡ଼ିଆ ସହିଦ ଯବାନ ପ୍ରବୀର ନାୟକଙ୍କ ମରଶରୀର
ହୃଦ ଘାତରେ ଜବାନଙ୍କ ମୃତୁ।
ଆଜି ଓଡ଼ିଶାରେ ପହଞ୍ଚିବ ଓଡ଼ିଆ ସହିଦ ଯବାନ ପ୍ରବୀର ନାୟକଙ୍କ ମରଶରୀର । ଯାଜପୁର କଚେରୀ ଗାଁର ଦିବାକର ନାୟକଙ୍କ ର ୪ର୍ଥ ପୁଅ ପ୍ରବୀର ନାୟକ । ଆସାମ ରାଇଫଲର 8th ବାଟାଲିଅନରେ ଗନମ୍ୟାନ ଭାବେ କାର୍ଯ୍ୟ କରୁଥିଲେ । ପ୍ରବୀର ମିଜୋରାମର ସରଚିପ ଜିଲ୍ଲାରେ ଚୀନ ସୀମାରେ ପ୍ରହରା ଦେଉଥିବା ସମୟରେ ଅତ୍ୟଧିକ ଥଣ୍ଡା ହେତୁ ହାର୍ଟ କାମ କରିବା ବନ୍ଦ କରିଦେଇଥିଲା । ଫଳରେ କାର୍ଯ୍ୟରତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।ଗତ ରବିବାର ଦିନ ଏହି ଘଟଣା ଘଟିଥିଲା । ତାଙ୍କ ପରିବାରରେ 3 ଭାଇ ଥିବାବେଳେ ସମସ୍ତେ ଦେଶ ସେବାରେ କାର୍ଯ୍ୟରତ । ପ୍ରବୀରଙ୍କ ପତ୍ନୀ ଦୀପ୍ତିକା ନାୟକ ଓ ତାଙ୍କର ଦୁଇଟି କୁନି ଝିଅ ରହିଛନ୍ତି । ଆଜି ମରଶରୀର ପହଞ୍ଚିବା ପରେ ଜନ୍ମମାଟିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।Body:NewsConclusion:
Last Updated : Oct 9, 2019, 6:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.