ଯାଜପୁର: ରାଜ୍ୟରେ ଚାଲିଥିବା ମହାବିପତ୍ତି ସମୟରେ ବିପନ୍ନଙ୍କୁ ସହଯୋଗ ପାଇଁ କିଏ କେତେ ପ୍ରକାର କାମ କରିବାକୁ ଆଗେଇ ଆସିଛନ୍ତି। ଏହି ବିପତ୍ତି ସମୟରେ ଫିଲ୍ମି ଅଭିନେତ୍ରୀ ଆହାନା ବରାଳ ବନ୍ୟା ବିପନ୍ନଙ୍କୁ ସହଯୋଗ ପାଇଁ ଅଣ୍ଟା ଭିଡିଛନ୍ତି।
ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ତାଣ୍ଡବ ଜାରି ରହିଛି । ଏହି ସମୟରେ ପିଲ୍ମ ଅଭିନେତ୍ରୀ ଆହାନା ବରାଳ ଯାଜପୁର ଜିଲ୍ଲାର କୋରେଇ, ରସୁଲପୁର ଓ ବଡ଼ଚଣାରେ ଥିବା ବିଭିନ୍ନ ଗାଁ ଗୁଡିକ ବୁଲି ବନ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟ ବାଣ୍ଟୁଛନ୍ତି। ପ୍ରତ୍ୟକ ଦିନ ଭାତ,ଡାଲମା,ଉପମା ଆଉ ରନ୍ଧାଖାଦ୍ୟ ତିଆରି କରି ବିଭିନ୍ନ ଅଞ୍ଚଳରେ ବାଣ୍ଟୁଛନ୍ତି। ବର୍ତ୍ତମାନ ଲୋକେ ବନ୍ୟାଜଳ ଯୋଗୁଁ ଉଚ୍ଚସ୍ଥାନକୁ ଯାଇଛନ୍ତି । ବନ୍ୟା ପାଣିରେ ଫସିଥିବା ଲୋକଙ୍କୁ ବନ୍ୟାପାଣି କମିଲା ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ପହଞ୍ଚାଇବାକୁ ଚେଷ୍ଟା କରାଯିବା ବୋଲି ଅଭିନେତ୍ରୀ କହିଛନ୍ତି । ତେବେ ତାଙ୍କର ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ