ETV Bharat / state

ବକେୟା ଦରମା ପ୍ରଦାନ ଦାବିରେ ଶ୍ରମିକଙ୍କ 12 ଘଣ୍ଟିଆ ରାସ୍ତାରୋକ

author img

By

Published : Feb 8, 2021, 2:16 PM IST

ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ନୀଳାଚଳ ଇସ୍ପାତ କାରଖାନା ଶ୍ରମିକଙ୍କ 12 ଘଣ୍ଟିଆ ରାସ୍ତାରୋକ । ଦଶମାସର ବକେୟା ଦରମା ପ୍ରଦାନ ପାଇଁ ଦାବି । ଅଧିକ ପଢନ୍ତୁ...

ଶ୍ରମିକଙ୍କ 12ଘଣ୍ଟିଆ ରାସ୍ତାରୋକ
ଶ୍ରମିକଙ୍କ 12ଘଣ୍ଟିଆ ରାସ୍ତାରୋକ

ଯାଜପୁର: ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ନୀଳାଚଳ ଇସ୍ପାତ କାରଖାନା ଶ୍ରମିକଙ୍କ 12 ଘଣ୍ଟିଆ ରାସ୍ତାରୋକ । ଦଶମାସର ବକେୟା ଦରମା ପ୍ରଦାନ ଏବଂ ଗଚ୍ଛିତ ଥିବା ଉତ୍ପାଦିତ ଜିନିଷକୁ ଅନ୍ୟତ୍ର ବିକ୍ରି ପାଇଁ ହେଉଥିବା ଯୋଜନାକୁ ବିରୋଧ କରିଛନ୍ତି ଆନ୍ଦୋଳନକାରୀ ଶ୍ରମିକ।

ଶ୍ରମିକଙ୍କ 12ଘଣ୍ଟିଆ ରାସ୍ତାରୋକ

କୋରୋନା ସମୟରୁ କରାଖାନାର ଅନେକ କର୍ମଚାରୀ ଚାକିରି ହରାଇଛନ୍ତି । କେହି କେହି ପରିବାର ଚଳାଇବାକୁ ପରିବା ବ୍ୟବସାୟ ମଧ୍ୟ କରିଛନ୍ତି । କାରଖାନା କାର୍ଯ୍ୟରତ କର୍ମଚାରୀଙ୍କୁ ପ୍ରାୟ ଦଶମାସର ଦରମା ଦିଆଯାଇ ନାହିଁ। ଏନେଇ କାରଖାନା କର୍ତ୍ତୃପକ୍ଷଙ୍କୁ ବାରମ୍ବାର କହିବା ପରେ ବି କିଛି ସୁଫଳ ମିଳିନାହିଁ ।

କର୍ମଚାରୀଙ୍କ ପ୍ରତି କାରଖାନାର ଏପରି ବ୍ୟବହାରକୁ ବିରୋଧ କରି ନୀଳାଚଳ ଇସ୍ପାତ କାରଖାନାର ଶ୍ରମିକମାନେ ଆଜି ବାର ଘଣ୍ଟିଆ ରାସ୍ତାରୋକ କରି ଅନ୍ଦୋଳନ କରିଛନ୍ତି। ଫଳରେ ଡୁବୁରୀ ଯାଜପୁର ରୋଡ ମୁଖ୍ୟରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତ ନିୟନ୍ତ୍ରଣ କରିଛି।

ଦରମା ପ୍ରଦାନ ସହ କାରଖାନାକୁ ଚାଲୁ କରିବା ନିମନ୍ତେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ ଶ୍ରମିକ । ଆଗାମୀ ଦିନରେ ଦାବି ପୂରଣ ନହେଲେ କଳିଙ୍ଗନଗର ଶିଳ୍ପାଞ୍ଚଳର ସମସ୍ତ କାରଖାନାକୁ ବନ୍ଦ କରି ଦିଆଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ତେବେ ଏ ସମ୍ପର୍କରେ କାରଖାନା କର୍ତ୍ତୃପକ୍ଷ ଓ ପ୍ରଶାସନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.