ଯାଜପୁର: ଅଜଣା ଶିଶୁ କନ୍ୟା ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଟାଉନ ଥାନା ଅଧିନ ଦେବୀଦ୍ବାର ହରିପୁର ଗାଁରେ । ସୂଚନାନୁସାରେ ହରିପୁର ଗାଁ ନିକଟରେ ଥିବା ଏକ ବୁଦା ମୂଳରେ ନବଜାତ ଶିଶୁ ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ବାସିନ୍ଦା । ପରେ ଏହି ଘଟଣାରେ ଯାଜପୁର ଟାଉନ ଥାନା ପୋଲିସକୁ ଗ୍ରାମବାସୀ ସୂଚନା ଦେଇଥିଲେ ।
ସେପଟେ ଖବର ପାଇ ଘଟଣାସ୍ଥଳରେ ଯାଜପୁର ଟାଉନ ଥାନା ପୋଲିସ ପହଞ୍ଚି ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରିଛି । ଆଉ ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ