ETV Bharat / state

ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ସୋମବାର ଜାତୀୟ ପ୍ରେସ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଏକ ଆଲୋଚନା ଚକ୍ରର ଆୟୋଜନ କରିଛି । ଏଥିରେ ସାମ୍ବାଦିକମାନେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ...

National press day celebrated in Jajpur by district administration
ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
author img

By

Published : Nov 16, 2020, 4:03 PM IST

ଯାଜପୁର: ଆଜି ହେଉଛି ଜାତୀୟ ପ୍ରେସ ଦିବସ । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଓସୱାନ୍‌ ହଲରେ ସାମ୍ବାଦିକମାନଙ୍କ ସହିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ତେବେ ଏହା ଭିଡିଓ କନଫେରନ୍ସିଂ ମାଧ୍ୟମରେ କରାଯାଇଥିବା ସୂଚନା ମିଳିଛି ।

ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଜାତୀୟ ପ୍ରେସ ଦିବସ ଅବସରରେ କୋରୋନା ସମୟରେ ସାମ୍ବାଦିକମାନଙ୍କ ଭୂମିକା ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ଚକ୍ରର ବିଷୟବସ୍ତୁ ' କୋଭିଡ-19 ମହାମାରୀ ପରିପ୍ରେକ୍ଷୀରେ ଗଣମାଧ୍ୟମର ଭୂମିକା ଓ ଗଣମାଧ୍ୟମ ଉପରେ ଏହାର ପ୍ରଭାବ' ରହିଥିଲା । ମହାମାରୀ ସମୟରେ ମଧ୍ୟ ସାମ୍ବାଦିକମାନେ ନିଜ କର୍ତ୍ତ୍ୟବରୁ ବିଚ୍ୟୁତ ନ ହୋଇ ନିଜ କାମ କରିଚାଲିଛନ୍ତି । ଏହାରି ମଧ୍ୟରେ ମହାମାରୀ ସହିତ ଲଢି କିଛି ସାମ୍ବାଦିକ କୋରୋନା ଯୋଦ୍ଧା ସାଜିଥିବା ବେଳେ ଆଉ କିଛି ଏହି ଦୌଡରେ ହାର ମାନି ମୃତ୍ୟୁବରଣ କରିଥିବା ସଂପର୍କରେ ସଭାରେ ଆଲୋଚନା କରାଯାଇଥିଲା ।

ଏହି ଆଲୋଚନା ଚକ୍ରରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ମଲ୍ଲିକ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଉପସ୍ଥିତ ରହି ସମାଜ ଗଠନରେ ସାମ୍ବାଦିକମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମତ ରଖିଥିଲେ। ଏହି ଅବସରରେ ସାମ୍ବାଦିକମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.