ଯାଜପୁର : ଆକସ୍ମିକ ଅଗ୍ନିକାଣ୍ଡ ଓ କୌଣସି ଦୁର୍ଘଟଣା ଜନିତ ପରିସ୍ଥିତିର ମୁକାବିଲା ନେଇ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ, ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ଏକ ମକଡ୍ରିଲ ଆୟୋଜିତ ହୋଇଯାଇଛି । କିଭଳି ଆକସ୍ମିକ ଅଗ୍ନିକାଣ୍ଡ ଓ ଦୁର୍ଘଟଣା ଜନିତ ପରିସ୍ଥିତିର ମୁକାବିଲା କରାଯିବ । ସେ ନେଇ ତାଲିମ ଦିଆଯାଇଥିଲା । ଏଭଳି ସ୍ଥିତିରେ କୌଣସି ଗୁଜବକୁ ବିଶ୍ବାସ ନ କରି ଧର୍ଯ୍ୟର ସହିତ ଏହାର ମୁକାବିଲା କରିବା ପାଇଁ ଆହ୍ବାନ ଦିଆଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡା. ସନ୍ତୋଷ କୁମାର ପୃଷ୍ଟି, ସ୍ଥାନୀୟ ଅଗ୍ନିଶମ ବିଭାଗର ଅଧିକାରୀ ସୌରଭ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଦୁର୍ଘଟଣା ପରିସ୍ଥିତିକୁ ସାବଧାନତାର ସହିତ ମୁକାବିଲା କରାଯାଇ ପାରିବ । ପ୍ରଶିକ୍ଷକମାନେ ସେ ସମ୍ପର୍କରେ ମତ ଦେଇଥିଲେ । ଯାଜପୁର ରୋଡ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏହା ଆୟୋଜିତ ହୋଇଥିଲା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ