ଯାଜପୁର: ମିଶନ ଶକ୍ତି ପକ୍ଷରୁ ଅନୁଷ୍ଠିତ ହେଲା ଜିଲାସ୍ତରୀୟ ସ୍ବୟଂସହାୟକ ଗୋଷ୍ଠୀ ଋଣ ମେଳା । ମେଳାଟି ଯାଜପୁର ଜିଲା ସଂସ୍କୃତି ଭବନ ପରିସରରେ ଏହା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲାର ୧୬୨ଟି ସ୍ବୟଂସହାୟକ ଗୋଷ୍ଠୀଙ୍କୁ ପାଖାପାଖି ୨.୫ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା ।
ଶୂନ ପ୍ରତିଶତ ସୁଧ ହାରରେ ପ୍ରତ୍ୟେକ ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଏହି ଋଣ ପ୍ରଦାନ କରାଯାଇଛି । ଋଣ ବିଭିନ୍ନ ବ୍ୟାଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଅବସରରେ ବିଭିନ୍ନ ବ୍ୟାଙ୍କ ଅଧିକାରୀ ଉପସ୍ଥିତ ରହି ସ୍ବୟଂସହାୟକ ଗୋଷ୍ଠୀଙ୍କୁ ମିଳିବାକୁ ଥିବା ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ଆଲୋଚନା କରିଥିଲେ ।
ନୂଆକରି ତିଆରି ହୋଇଥିବା ସ୍ବୟଂସହାୟକ ଗୋଷ୍ଠୀମାନେ ଏହି ଋଣ ନେଇ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ହୋଇପାରିବେ ବୋଲି କହିଛନ୍ତି ଜିଲା ସମାଜ ମଙ୍ଗଳ ଅଧିକାରୀ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ