ETV Bharat / state

ମିର୍ଜାପୁର 2 ଯୁବକଙ୍କ ମୃତଦେହ ମିଳିବା ଘଟଣା; ମିଳିଲା ମଦବାର CCTVର ଫୁଟେଜ୍‌

author img

By

Published : Sep 5, 2021, 10:13 AM IST

Updated : Sep 6, 2021, 7:02 PM IST

ମିର୍ଜାପୁର ନିକଟରୁ ୨ଟି ମୃତଦେହ ମିଳିବା ଘଟଣା । ମୃତ୍ୟୁ ପୂର୍ବରୁ ଏକ ମଦ ବାରରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା । ସେପଟେ ଗାଁ ମଶାଣିରେ ଉଭୟଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଅଧିକ ପଢନ୍ତୁ...

ମିର୍ଜାପୁର ନିକଟରୁରୁ ୨ଟି ମୃତଦେହ ମିଳିବା ଘଟଣା; ଶୋକାକୂଳ ପରିବେଶରେ ହେଲା ଅନ୍ତିମ ସଂସ୍କାର

ଯାଜପୁର: ମିର୍ଜାପୁର ଛକରେ ଦୁଇ ଯୁବକ ବିଜୟ ସାହୁ ଓ ମାନସ ଦାସଙ୍କ ରହସ୍ୟ ଜନକ ମୃତ୍ୟୁ ଘଟଣା । ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇ ଗାଁକୁ ଫେରିବା ପରେ ସାରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସେପଟେ ଶନିବାର ପାଣିକୋଇଲି ଥାନା ଅଧିକାରୀ ବିଭିନ୍ନ ମଦବାରର ସିସିଟିଭି ଯାଂଚ କରିଛନ୍ତି । ଏହି ଯାଂଚ ସମୟରେ ଯାଜପୁର ରୋଡର ଏକ ମଦବାରକୁ ଦୁଇ ଯୁବକ ମୃତ୍ୟୁ ପୂର୍ବରୁ ଯାଇଥିବା ଏକ ସିସିଟିଭିରେ ଦେଖିବାକୁ ପାଇଛନ୍ତି। ଦୁଇ ଜଣ ବ୍ୟକ୍ତି ପ୍ରଥମ ମଦବାରକୁ ଯାଇଥିଲେ। ସେଠାରେ ଜଣେ ଯୁବକ ଗାଡ଼ିରେ ବସିଥିବା ବେଳେ ଅନ୍ୟଜଣେ ମଦବାରକୁ ଯାଇ କିଛି କିଣୁଥିବା ଦେଖିବାକୁ ମିଳୁଛି।

ମିର୍ଜାପୁର 2 ଯୁବକଙ୍କ ମୃତଦେହ ମିଳିବା ଘଟଣା; ମିଳିଲା ମଦବାର CCTVର ଫୁଟେଜ୍‌

ଏପଟେ ଗାଁ ମଶାଣିରେ ପୃଥକ ପୃଥକ ଭାବେ ଉଭୟ ଯୁବକଙ୍କ ଅନ୍ତିମ ସଂସ୍କାର କରାଯାଇଛି । ତେବେ ମୃତ୍ୟୁଘଟଣାକୁ ଦୀର୍ଘ 40ଘଣ୍ଟା ବିତିବା ପରେବି ମୃତ୍ୟୁର କାରଣ ଏ ଯାଏ ସ୍ପଷ୍ଟ ହୋଇନାହିଁ । ହତ୍ୟା ଅଭିଯୋଗ ଆଣିଛନ୍ତି ଉଭୟ ପରିବାର ଓ ଗ୍ରାମବାସୀ । ତେବେ ତୁରନ୍ତ ଘଟଣାର ରହସ୍ୟ ଉନ୍ମୋଚନ କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଯାହାକୁ ନେଇ ପାଣିକୋଇଲିରୁ ଯାଜପୁର ରୋଡକୁ ସଂଯୋଗ କରୁଥିବା ୨୦ ନମ୍ବର ଜାତୀୟ ରାଜପଥର ବେଣାପୁର ଛକରେ ଦୀର୍ଘ ପ୍ରାୟ 2ଘଣ୍ଟା କାଳ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ।

ଉଭୟଙ୍କୁ ମୃତ୍ୟୁ ଘଟଣାକୁ 40ଘଣ୍ଟା ବିତିଥିଲେ ହେଁ ଏ ଯାଏ ପୋଲିସ୍ ଏହାର କିଛି ଟେର୍ ପାଉନି । ପାଣିକୋଇଲି ଟୋଲପ୍ଲାଜା ସମେତ ମିର୍ଜାପୁର ଠାରୁ ବ୍ୟାସନଗର ମଧ୍ୟରେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟର ସିସିଟିଭି ଫୁଟେଜ୍ ଯାଞ୍ଚ୍ ଚଳାଇଛି ପୋଲିସ । ମାତ୍ର ଏଯାଏ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ଆଇନର ବିଭିନ୍ନ ଦିଗପ୍ରତି ଧ୍ୟାନ ଦେଇ ପୋଲିସ୍ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଆବଶ୍ୟକ ବୋଲି ଆଇନଜୀବୀ ମତ ଦେଇଛନ୍ତି । ସେପଟେ ପୋଲିସ୍ ଅଧିକାରୀ ମାନେ ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

Last Updated : Sep 6, 2021, 7:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.