ଯାଜପୁର: ଦୁଷ୍କର୍ମ ଅଭିଯୁକ୍ତକୁ 10 ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଜରିମାନା । ୨୦୧୬ ରେ ଯାଜପୁରର ନାବାଳିକ ଦୁଷ୍କର୍ମ ଘଟଣାରେ ଏହି ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ ଯାଜପୁର।
ସୂଚନାଥାଉକି ୨୦୧୬ ମସିହା ଅଗଷ୍ଟ ୨୩ ତାରିଖରେ କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅଞ୍ଚଳରେ ଘଟିଥିଲା ନାବାଳିକା ଦୁଷ୍କର୍ମ ଘଟଣା । ଏହି ଘଟଣା ଘଟାଇଥିବା ୨୭ ବର୍ଷୀୟ ବଳାତ୍କରୀ ଅଜୟ ମହାକୁଡ଼କୁ ୧୦ ବର୍ଷ ଜେଲ ଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ସ୍ଥାନୀୟ ଏଡିଜେ ତଥା ସ୍ବତନ୍ତ୍ର ଜଜ ଲୋକନାଥ ସାହୁ । ୧୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏଭଳି ଦଣ୍ଡାଦେଶ ଆଦେଶ ଦେଇଛନ୍ତି ଏଡିଜେ । ଏହା ସହ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ଆଦେଶ କରିଥିବା ସ୍ପେଶାଲ ପିପି ଗଣେଶ ପ୍ରସାଦ ମହାପାତ୍ର ପ୍ରକାଶ କରିଛନ୍ତି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ