ETV Bharat / state

ପାଇଖିନା ଟାଙ୍କିରେ ପଡି ମାମୁଁଘର ବୁଲି ଆସିଥିବା ୪ ବର୍ଷର ଶିଶୁ ମୃତ

author img

By

Published : Jan 27, 2022, 4:03 PM IST

ଯାଜପୁର ରୋଡ ଥାନା ଖଣ୍ଡାହତା ଗ୍ରାମରେ ଦୁଃଖଦ ଘଟଣା । ପାଇଖାନା ଟାଙ୍କିରେ ପଡି ମାମୁଁ ଘରକୁ ବୁଲି ଆସିଥିବା ୪ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ । ଅଧିକ ପଢନ୍ତୁ

ପାଇଖିନା ଟାଙ୍କିରେ ପଡି ମାମୁଁଘର ବୁଲି ଆସିଥିବା ୪ ବର୍ଷର ଭଣଜା ମୃତ

ଯାଜପୁର: ଜିଲ୍ଲା ସ୍ଥିତ ଯାଜପୁର ରୋଡ଼ ଥାନା ଖଣ୍ଡାହତା ଗ୍ରାମରେ ଅଭାବନୀୟ ଘଟଣା । ପରିତ୍ୟକ୍ତ ପାଇଖାନା ଟାଙ୍କିରେ ପଡି ଜଣେ ୪ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ମୃତ ଶିଶୁ କୋରାଇ ଥାନା ବଛିପୁର ଗ୍ରାମର କାଳନ୍ଦୀ ବାରିକଙ୍କ ପୁଅ ବୋଲି ଜଣାପଡିଛି । ଶିଶୁଟି ତା' ମାଆଙ୍କ ସହ ଖଣ୍ଡାହତା ସ୍ଥିତ ନିଜ ମାମୁଁ ଘରକୁ ଆସି ଥିବାବେଳେ ଏହି ଅଘଟଣ ଘଟିଛି ।

ସୂଚନା ମୁତାବକ, ଶିଶୁଟି ଆଜି(ଗୁରୁବାର) ସକାଳେ ଘର ନିକଟରେ ଖେଳୁଥିବା ସମୟରେ ଏକ ପରିତ୍ୟକ୍ତ ପାଇଖାନା ଟାଙ୍କିରେ ଖସି ପଡ଼ିଥିଲେ । କିଛି ସମୟ ପରେ ପିଲାକୁ ନପାଇ ଘର ଲୋକେ ଖୋଜାଖୋଜି କରିଥିଲେ । ବହୁ ଖୋଜାଖୋଜି କରିବା ପରେ ଶିଶୁଟି ପାଇଖାନା ଟାଙ୍କିରେ ଭାସୁଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଶିଶୁକୁ ଉଦ୍ଧାର କରି ଯାଜପୁର ରୋଡ଼ ମେଡ଼ିକାଲକୁ ନେଇଥିଲେ ।

ହେଲେ ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.