ETV Bharat / state

ନେଉଳପୁର ଏଟିଏମ ମେସିନ ଲୁଟ ଘଟଣାରେ 7 ଜଣ ଗିରଫ

author img

By

Published : Sep 2, 2022, 9:19 PM IST

ଏଟିଏମ ମେସିନ ଲୁଟ ଘଟଣାରେ 7ଜଣ ଲୁଟେରାଙ୍କୁ ଗିରଫ କରିଛି ଯାଜପୁର ପୋଲିସ। ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ବଜାରରୁ ଗତ 24 ତାରିଖରେ ଏଟିଏମ ମେସିନ ଲୁଟ ଘଟଣା। ଅଧିକ ପଢନ୍ତୁ

ନେଉଳପୁରରୁ ଏଟିଏମ ମେସିନ ଲୁଟ, 7 ଜଣ ଗିରଫ
ନେଉଳପୁରରୁ ଏଟିଏମ ମେସିନ ଲୁଟ, 7 ଜଣ ଗିରଫ

ଯାଜପୁର: ଯାଜପୁର ପୋଲିସର ବଡ ସଫଳତା । ଏଟିଏମ ମେସିନ ଲୁଟ ଘଟଣାରେ 7ଜଣ ଲୁଟେରାଙ୍କୁ ଗିରଫ କରିଛି ଯାଜପୁର ପୋଲିସ। ସୂଚନା ଅନୁଯାୟୀ, ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ବଜାରରୁ ଗତ 24 ତାରିଖରେ ଏଟିଏମ ମେସିନ ଲୁଟ ହୋଇଥିଲା। ଏନେଇ ଯାଜପୁର ପୋଲିସ 7ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ 5ଜଣ ରାଜସ୍ଥାନର ହୋଇଥିବା ବେଳେ 2ଜଣ ସହଯୋଗୀ ଓଡିଶାର ହୋଇଥିବା ଜଣାପଡିଛି।

ତେବେ ଏଥିସହ ସେମାନଙ୍କ ନିକଟରୁ ପୋଲିସ 3ଲକ୍ଷ 68ହଜାର ଟଙ୍କା , ବିଭିନ୍ନ ଏଟିଏମ ତଡା ସରଞ୍ଜାମ, 2ଟି କାର, 8ଗୋଟି ମୋବାଇଲ ଓ 10ଟି ସିମ କାର୍ଡ ଜବତ କରିଛି। ତେବେ ଏଥିସହ ସିମ କାର୍ଡ ଯୋଗାଇବା ଅଭିଯୋଗରେ ପୋଲିସ ଖୋର୍ଦ୍ଧା ଅଞ୍ଚଳରୁ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ 6ଜଣଙ୍କୁ ଯାଜପୁର ଦାନଗଦି ଅଞ୍ଚଳରୁ ଗିରଫ କରାଯାଇଛି। ତେବେ ଆଜି ଏନେଇ ଯାଜପୁର ଏସପି ରାହୁଲ୍ ପିଆର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ନେଉଳପୁରରୁ ଏଟିଏମ ମେସିନ ଲୁଟ, 7 ଜଣ ଗିରଫ

ତେବେ ଏସପି ରାହୁଲ୍ ପିଆରଙ୍କ କହିବା ଅନୁସାରେ, 24ଅଗଷ୍ଟରେ ଧର୍ମଶାଳା ଥାନା ନେଉଳପୁରରୁ ଏକ ଏସବିଆଇ ଏଟିଏମ ମେସିନ ଲୁଟ ହୋଇଥିଲା। ଏନେଇ ଏଟିଏମ ଲୁଟର ଗ୍ୟାଙ୍ଗ ଥିବା ବେଳେ 7ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ତେବେ ଅଭିଯୁକ୍ତମାନେ ଚୋରି ପାଇଁ ଗତ 20 ତାରିଖରେ ଓଡିଶା ଆସିଥିବା ବେଳେ 22ତାରିଖରେ ସେମାନେ ସିମ କାର୍ଡ କିଣିଥଲେ। ତେବେ ପରେ ସେମାନେ ଆଖପାଖ ଅଞ୍ଚଲର ଏଟିଏମ ଲୁଟ କରିବାକୁ ଚେଷ୍ଟା କରିଥିଲେ । ଏନେଇ ଖବର ପାଇ ମୟୂରଭଞ୍ଜ ଓ ଯାଜପୁର ପୋଲିସର ମିଳିତ ଉଦ୍ୟମରେ ଏଟିଏମ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛନ୍ତି ବୋଲି ଯାଜପୁର ଏସପି ସୂଚନା ଦେଇଛନ୍ତି।

ସୂଚନା ଥାଉକି, ନିକଟରେ ଟଙ୍କା ଲୁଟ କରିବା ପାଇଁ ଏଟିଏମ ଭାଙ୍ଗି ଫେରାର ହୋଇଥିଲେ ଦୁର୍ବୃତ୍ତ । ବିଳମ୍ବିତ ରାତିରେ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଥାନା ଅନ୍ତର୍ଗତ ନୂଆଗାଁ ଠାରେ ଥିବା ଏସବିଆଇ ଏଟିଏମକୁ ଲୁଟେରାମାନେ ଭଙ୍ଗାରୁଜା କରିଛନ୍ତି । ଏଟିଏମରୁ ଟଙ୍କା ଲୁଟ ହୋଇଛି କି ନାହିଁ ତାହା ଜଣା ପଡ଼ିନାହିଁ । ସୂଚନା ଅନୁସାରେ ଦୁର୍ବୃତ୍ତମାନେ ଏଟିଏମ ମେସିନର ସାମ୍ନା ପଟ ଭାଙ୍ଗି ଦେଇଥିବା ବେଳେ ଏଟିଏମ ଭଙ୍ଗା ଯାଇଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.