ETV Bharat / state

ଦଇବ ସାଧିଲା ଦାଉ, ଜଳିଗଲା ବିଧବାଙ୍କ ଦୁଇ ବଖରା ଘର

author img

By

Published : Apr 4, 2021, 4:06 PM IST

ଯାଜପୁର ହଳଦୀ ଗଡ଼ିଆ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଗରିବ ବିଧବା ମହିଳାଙ୍କ ଦୁଇ ବଖରା ଘର ଭସ୍ମୀଭୂତ । ଅଧିକ ପଢନ୍ତୁ...

ଦଇବ ସାଧିଲା ଦାଉ, ଜଳିଗଲା ବିଧବାଙ୍କ ଦୁଇ ବଖରା ଘର
ଦଇବ ସାଧିଲା ଦାଉ, ଜଳିଗଲା ବିଧବାଙ୍କ ଦୁଇ ବଖରା ଘର

ଯାଜପୁର: ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ହଳଦି ଗଡିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣେ ବିଧବାଙ୍କ ଦୁଇ ବଖରା ଘର ଭସ୍ମୀଭୂତ । ହଳଦି ଗଡିଆ ଗ୍ରାମର ସ୍ବର୍ଗତ କଳ୍ପତରୁ ନାଥଙ୍କ ଘରେ ଏହି ନିଆଁ ଲାଗିଥିଲା ଜଣାପଡିଛି । ଘରର ସମସ୍ତ ଆସବାବପତ୍ର ପୋଡି ଜଳି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ମୁତାବକ, ସ୍ବର୍ଗତ କଳ୍ପତରୁ ନାଥଙ୍କ ପତ୍ନୀ ସସ୍ମିତା ନାଥ ୬୦୭ ନମ୍ୱର୍ ପ୍ଲଟରେ ଚାଳ ଛପର ଘର ଖଣ୍ଡେ କରି ରହୁଥିଲେ । ଅସହାୟ ବିଧବା ମହିଳା ଜଣକ ବହୁତ୍ ଅସୁବିଧାରେ ଚଳୁଥିଲେ । ଶନିବାର ବିଳମ୍ବିତ ରାତିରେ କୌଣସି କାରଣରୁ ହଠାତ୍ ତାଙ୍କ ଘରେ ନିଆଁ ଲାଗିଯାଇଥିଲା । ରାତି ପ୍ରାୟ ୩ ଘଟିକା ସମୟରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସବୁ ଆସବାବପତ୍ର ପୋଡି ଯାଇଛି । ତୁଲତି ସର୍କଲ ଆରଆଇ ସୁଜିତ୍ କୁମାର ସାମଲ, ଅବସରପ୍ରାପ୍ତ ଆରଆଇ ରଘୁନାଥ ମହାନ୍ତି ଘଟଣାର ତଦନ୍ତ କରି ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ମହିଳାଙ୍କ ଏକ ସାତ ବର୍ଷର ଛୋଟ ପୁଅଟିଏ ଅଛି । ଏଣୁ ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀମାନେ ନିବେଦନ କରିଛନ୍ତି । ସେପଟେ ସ୍ଥାନୀୟ ସରପଞ୍ଚ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.