ETV Bharat / state

ବାଲିଚନ୍ଦ୍ରପୁର ପୋଲିସ ଭ୍ୟାନ ପୋଡି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

author img

By

Published : May 20, 2021, 7:44 PM IST

ପଣସୁଧା ଗ୍ରାମରେ ପୋଲିସ ଭ୍ୟାନ ପୋଡି ଘଟଣାରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ଘଟଣାରେ ସମ୍ପୃକ୍ତ ମୋଟ 27 ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବାଲିଚନ୍ଦ୍ରପୁର ପୋଲିସ । ଅଧିକ ପଢ଼ନ୍ତୁ...

ବାଲିଚନ୍ଦ୍ରପୁର ପୋଲିସ ଭ୍ୟାନ ପୋଡି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ
ବାଲିଚନ୍ଦ୍ରପୁର ପୋଲିସ ଭ୍ୟାନ ପୋଡି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଯାଜପୁର: ପଣସୁଧା ଗ୍ରାମରେ ପୋଲିସ ଭ୍ୟାନ ପୋଡି ଘଟଣାରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ଭରତପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ତଥା ନିଲମ୍ବିତ ଶିକ୍ଷକ ବସନ୍ତ ରାଜ ସାମଲ ବୋଲି ଜଣାପଡ଼ିଛି । ଗତ ମାର୍ଚ୍ଚ 6 ତାରିଖରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଭରତପୁର ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଉତ୍ୟକ୍ତ ଲୋକେ ବାଲିଚନ୍ଦ୍ରପୁର ପୋଲିସର ଦୁଇଟି ଭ୍ୟାନକୁ ପୋଡ଼ି ଦେଇଥିଲେ ।

ଏହାକୁ ନେଇ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିଲା। ଏହି ଘଟଣାରେ ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଘଟଣାରେ ସମ୍ପୃକ୍ତ ମୋଟ 27 ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବାଲିଚନ୍ଦ୍ରପୁର ପୋଲିସ । ତେବେ ଏଭଳି ଏକ ଜଘନ୍ୟ କାଣ୍ଡ ପରେ ଫେରାର ରହିଥିଲା ମୁଖ୍ୟ ଅଭିଯୁକ୍ତ ଭରତପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ବସନ୍ତ ରାଜ ସାମଲ ଓରଫ ମିଟୁ।

ସେହିଦିନଠୁ ପୋଲିସ ବସନ୍ତ ରାଜ ସାମଲଙ୍କ ଖୋଜା ଚଳାଇ ଥିଲା । ଏହି ଘଟଣା ପରେ ପେଶାରେ ଜଣେ ଶିକ୍ଷକ ମିଟୁଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ନିଲମ୍ବନ କରିଥିଲେ । ତେବେ ଆଜି(ଗୁରୁବାର) ପୋଲିସ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବାବେଳେ ତାଙ୍କୁ କୋର୍ଟ ଚାଲାଣ କରାଯିବ। ଏହାକୁ ନେଇ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.