ETV Bharat / state

ମା'ଙ୍କ ମହାଷ୍ଟମୀ, ଯାଜପୁରର ୧୦୦ଟି ମଣ୍ଡପରେ ପୂଜା ପାଉଛନ୍ତି ଦେବୀ ଦୁର୍ଗା

ନବରାତ୍ରୀକୁ ନେଇ ଚଳଚଞ୍ଚଳ ଯାଜପୁର ଜିଲ୍ଲା । ସୋମବାର ଶକ୍ତିପୀଠରେ ନବମୀ ପୂଜା ଚାଲିଥିବା ବେଳେ ପୂଜା ମଣ୍ଡପରେ ଆରମ୍ଭ ହୋଇଯାଇଛି ଅଷ୍ଟମୀ ପୂଜା । ବ୍ୟାସନଗରର ବିିଭିନ୍ନ ପୂଜା ମଣ୍ଡପରେ ମା'ଙ୍କ ମହାଷ୍ଟମୀ ପୂଜା କରାଯାଇଛି । ଦୀର୍ଘ ଦୁଇ ବର୍ଷ ପରେ ଦେବୀ ଦୁର୍ଗାଙ୍କୁ ଦର୍ଶନ କରିବାକୁ ମଣ୍ଡପରେ ଭକ୍ତଙ୍କ ଭିଡ ଜମୁଛି । ଅଧିକ ପଢନ୍ତୁ

author img

By

Published : Oct 3, 2022, 10:12 PM IST

sdvszମା'ଙ୍କ ମହାଷ୍ଟମୀ, ଯାଜପୁରର ୧୦୦ଟି ମଣ୍ଡପରେ ପୂଜା ପାଉଛନ୍ତି ଦେବୀ ଦୁର୍ଗା
sfvszfvମା'ଙ୍କ ମହାଷ୍ଟମୀ, ଯାଜପୁରର ୧୦୦ଟି ମଣ୍ଡପରେ ପୂଜା ପାଉଛନ୍ତି ଦେବୀ ଦୁର୍ଗା

ଯାଜପୁର: ଆଜି (ସୋମବାର) ମା' ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଯାଜପୁର ଜିଲ୍ଲା । ଦୀର୍ଘ ଦୁଇ ବର୍ଷର କୋରୋନା କଟକଣା ପରେ ମାଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ବେଶ ଉତ୍ସାହିତ ଥିବା ଦେଖାଦେଇଛି । ସକାଳୁ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇ ସହରର ବିଭିନ୍ନ ପୂଜା ମଣ୍ଡପରେ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ମହାଅଷ୍ଟମୀ ପୂଜା ଅବସରରେ ପୂଜା ମଣ୍ଡପ ଗୁଡିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଅନୁଗୋଳ ସହରରେ ଥିବା ସମସ୍ତ ପୂଜା ମଣ୍ଡପ ଗୁଡିକରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି ।

ମା'ଙ୍କ ମହାଷ୍ଟମୀ, ଯାଜପୁରର ୧୦୦ଟି ମଣ୍ଡପରେ ପୂଜା ପାଉଛନ୍ତି ଦେବୀ ଦୁର୍ଗା

ଏହା ମଧ୍ୟ ପଢନ୍ତୁ-ମା'ଙ୍କ ମହାଷ୍ଟମୀ ପୂଜା, ମନ୍ତ୍ର ଧ୍ଵନିରେ କମ୍ପୁଛି ପୂଜା ମଣ୍ଡପ

କୋରୋନା ହଟିବା ପରେ ଏବର୍ଷ ଚାରିଆଡେ ଧୁମଧାମରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା । ଏଥିପାଇଁ ସହର ବଜାର ସବୁଠି ଭିଡ । ଚଳିତ ବର୍ଷ ଯାଜପୁର ଜିଲ୍ଲାର ପ୍ରାୟ 100ରୁ ଉର୍ଦ୍ଧ ପୂଜାମଣ୍ଡପରେ ପୂଜା ପାଉଛନ୍ତି ମା' ଦୁର୍ଗା । ସେଥି ମଧ୍ୟରୁ ବ୍ୟାସନଗର ସହରର 8ଟି ସ୍ଥାନରେ ମାଙ୍କ ମୂର୍ତ୍ତିକୁ ପୂଜା କରାଯାଉଛି । ମାଙ୍କୁ ଦର୍ଶନ କରିବାକ ପୂଜା ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଷଷ୍ଠୀ ଠାରୁ ବିଲ୍ବବରଣୀ ପରେ ଆରମ୍ଭ ହୋଇଛି ମାଙ୍କ ପୂଜାର୍ଚ୍ଚନା । ରବିବାର ମହାସପ୍ତମୀ ପରେ ଆଜି ମାଙ୍କ ମହାଷ୍ଟମୀ ପୂଜା ଶେଷ ହୋଉଛି । ମହାଷ୍ଟମୀରେ ମାଙ୍କ ଦର୍ଶନ ଓ ବ୍ରତପୂଜା ପାଇଁ ପୂଜାମଣ୍ଡପ ଗୁଡିକରେ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।

ମହାସପ୍ତମୀର ସନ୍ଧିପୂଜା ପରେ ଆରମ୍ଭ ହୋଇଥିଲା ମାଙ୍କର ମହାଷ୍ଟମୀ ପୂଜା । ସଦର ମହକୁମା ଓ ବ୍ୟାସନଗର ସହର ସମେତ ଜିଲ୍ଲାର ପ୍ରାୟ 100 ରୁ ଉର୍ଦ୍ଧ ସ୍ଥାନରେ ମଣ୍ଡପ ଗୁଡିକରେ ପୂଜା ପାଉଛନ୍ତି ଜଗତ ଜନନୀ। ଚଳିତ ବର୍ଷ କୌଣସି କଟକଣା ନଥିବାରୁ ଦଶହରା ଉତ୍ସବକୁ ଧୁମଧାମରେ ପାଳନ କରୁଛନ୍ତି ଯାଜପୁରବାସୀ । ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ସନ୍ଧ୍ୟା ସମୟରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜିନ ମଧ୍ୟ କରାଯାଇଛି । କୋଭିଡ ହଟିବା ପରେ ଏ ବର୍ଷ ବିନା କଟକଣାରେ ଦୁର୍ଗା ପୂଜା ପାଳିତ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ଠାରୁ ଆୟୋଜକ ମାନେ ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି । ପୂଜା ଅବସରରେ ଜିଲ୍ଲାର ଅନେକ ସ୍ଥାନରେ ଦୋଳି ସହିତ ମୀନାବଜାର ମଧ୍ୟ ଖୋଲାଯାଇଛି ।

ମଙ୍ଗଳବାର ମହାନବମୀ ଥିବା ବେଳେ ବୁଧବାର ମା’ଙ୍କ ଶହରା ପର୍ବ, ଆସନ୍ତା 6 ତାରିଖରେ ପାଳିତ ହେବ ଭଷାଣ ଉତ୍ସବ । ପୂଜା ଏବଂ ଭଷାଣକୁ ଜାକଜମକରେ ପାଳିବାକୁ ପୂଜା କମିଟି ମାନେ ଲକ୍ଷ୍ୟ ରଖିଛନ୍ତି । ଦଶମୀ ପରେ ମା'ଙ୍କୁ ଧରାଧାମରୁ ବିଦାୟ ଦିଆଯିବ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.