ETV Bharat / state

ମା' ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା - ଶକ୍ତିପୀଠରେ ଅଷ୍ଟମୀ ପୂଜା

ଧରାପୃଷ୍ଠରେ ଅବତରଣ କରିବେ ମହୀଷାମର୍ଦ୍ଦିନୀ ମା' ଦୁର୍ଗା । ମା'ଙ୍କ ଆଗମନ ପାଇଁ ଚାଲିଛି ପ୍ରସ୍ତୁତି । ଏହି ପରିପ୍ରେକ୍ଷୀରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ମହାଷ୍ଟମୀରେ ମା' ବିରଜାଙ୍କ ଦର୍ଶନ କଲେ ହଜାର ହଜାର ଭକ୍ତ । ଅଧିକ ପଢନ୍ତୁ

ମା' ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା
ମା' ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା
author img

By

Published : Oct 2, 2022, 7:15 PM IST

ଯାଜପୁର: ଆଉ ଦିନ କେଇଟା ପରେ ଦଶହରା ପର୍ବ । ନବରାତ୍ରୀକୁ ନେଇ ଚଳଚଞ୍ଚଳ ଶକ୍ତିପୀଠ ସହ ସମସ୍ତ ପୂଜା ମଣ୍ଡପ । ମଣ୍ଡପ ଗୁଡିକରେ ଆଜି ସପ୍ତମୀ ପୂଜା ହୋଇଥିବାବେଳେ, ଶକ୍ତିପୀଠରେ ଅଷ୍ଟମୀ ପୂଜା କରାଯାଉଛି । ନବରାତ୍ରୀରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠରେ ଷୋଡଶ ଉପଚାରରେ ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା । ଏନେଇ ପ୍ରତିଦିନ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟୁଛି । ଆଜି(ରବିବାର)ମା' ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା କରାଯାଇଥିବାବେଳେ, ବଡି ଭୋରରୁ ମା'ଙ୍କ ପାଦ ସ୍ପର୍ଶ ଓ ମୁଖ ଦର୍ଶନ ପାଇଁ ମନ୍ଦିରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା ।

ମା' ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା

ବିଶ୍ବାସ ରହିଛି ମା'ଙ୍କ ପାଦ ସ୍ପର୍ଶ ଓ ମୁଖ ଦର୍ଶନ କଲେ କୋଟି ଜନ୍ମର ପାପକ୍ଷୟ ହୁଏ ବୋଲି ବିଶ୍ବାସ ରହିଛି । ସେଥିପାଇଁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିରକୁ ସମାଗମ ହୋଇଥିଲା । ବର୍ଷକରେ ଥରେ ସାଧାରଣ ଭକ୍ତଙ୍କୁ ମାଙ୍କ ପାଦ ସ୍ପର୍ଶ କରିବାର ସୁଯୋଗ ମିଳିଥାଏ । ସେଥିପାଇଁ ଦୂରଦୂରାନ୍ତରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ଏଠାକୁ ଆସିବା ଲାଗି ଏହି ନବରାତ୍ରୀକୁ ହିଁ ଅପେକ୍ଷା କରି ରହିଥାନ୍ତି ।

ସେପଟେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଉଭୟ ପୋଲିସ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପୁରୁଷ, ମହିଳା ଓ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ଧାଡି ସହିତ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ସାଧା ପୋଷାକରେ ପୋଲିସ ମଧ୍ୟ ମୁତୟନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ନବରାତ୍ରୀର ସପ୍ତମ ଦିନ, କାଳରାତ୍ରୀ ରୂପରେ ପୂଜା ପାଉଛନ୍ତି ମା'

ନବରାତ୍ରୀ ଅବସରରେ ପ୍ରତିଦିନ ମା'ଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ରଥଟାଣିବା ପାଇଁ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଆସି ମା’ଙ୍କ ଦର୍ଶନ କରିବା ସହିତ ରଥଟାଣି ଥାନ୍ତି । ତେବେ ଶୃଙ୍ଖଳିତ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଛି । ତେବେ ମାଙ୍କ ରଥଯାତ୍ରା ଆସନ୍ତାକାଲି(ସୋମବାର) ଅର୍ଥାତ ମହାନବମୀରେ ଉଦଯାପିତ ହେବ ।

ମା' ଲାଖବିନ୍ଧା ପଡିଆରେ ମହିଷାସୁରକୁ ବଦ୍ଧ କରି ଫେରିବା ପରେ ବିଜୟା ଦଶମୀ ଦିନ ବ୍ରାହ୍ମମୁହୁର୍ତ୍ତରେ ମା'ଙ୍କ ଚଳନ୍ତି ପ୍ରତିମା ମନ୍ଦିର ପ୍ରତ୍ୟାବର୍ତ୍ତନ କରିବ । ତେବେ କୋରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେଲା ଭକ୍ତମାନେ ନବରାତ୍ରୀରେ ମାଙ୍କୁ ଦର୍ଶନ କରିବାରେ ବଞ୍ଚିତ ହେଉଥିଲେ, ଚଳିତ ବର୍ଷ କୌଣସି କଟକଣା ନଥୁବାରୁ ମା'ଙ୍କୁ ଦର୍ଶନ କରି ଖୁସି ବ୍ୟକ୍ତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.