ETV Bharat / state

ପଞ୍ଚଭୂତରେ ବିଲୀନ ILS ନିର୍ଦ୍ଦେଶକ ପଦ୍ମଶ୍ରୀ ଡକ୍ଟର ଅଜୟ ପରିଡା - ପଞ୍ଚଭୂତରେ ବିଲୀନ ILS ନିର୍ଦ୍ଦେଶକ ପଦ୍ମଶ୍ରୀ ଡକ୍ଟର ଅଜୟ ପରିଡା

ପଞ୍ଚଭୂତରେ ବିଲୀନ ହେଲା ILS ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡାଙ୍କ ପାର୍ଥିବ ଶରୀର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯାଜପୁର ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅଧିକ ପଢ଼ନ୍ତୁ

ପଞ୍ଚଭୂତରେ ବିଲୀନ ILS ନିର୍ଦ୍ଦେଶକ ପଦ୍ମଶ୍ରୀ ଡକ୍ଟର ଅଜୟ ପରିଡା

author img

By

Published : Jul 20, 2022, 7:10 PM IST

ଯାଜପୁର: ପଞ୍ଚଭୂତରେ ବିଲୀନ ହେଲା ILS ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡାଙ୍କ ପାର୍ଥିବ ଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯାଜପୁର ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅଜୟ ପରିଡ଼ାଙ୍କ ଶେଷ ଦର୍ଶନ ବେଳେ ଉପସ୍ଥିତ ପ୍ରାୟ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଭାବ ବିହ୍ବଳ ହୋଇ ପଡ଼ିଥିଲେ ।

ପଞ୍ଚଭୂତରେ ବିଲୀନ ILS ନିର୍ଦ୍ଦେଶକ ପଦ୍ମଶ୍ରୀ ଡକ୍ଟର ଅଜୟ ପରିଡା

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତ ଭଗବାନପୁର ଗାଁରେ ଜମିଥିଲା ଲୋକଙ୍କର ଭିଡ଼ । ଭଗବାନପୁର ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ କୃତ୍ୟ ସମ୍ପନ୍ନ ହେଲା । ବୁଧବାର ଭୁବନେଶ୍ବରରୁ ସ୍ୱର୍ଗତଃ ଅଜୟ ପରିଡାଙ୍କ ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଜାରକା ଛକଠୁ ଏକ ଶୋଭାଯାତ୍ରାରେ ଅଜୟ ପରିଡ଼ାଙ୍କ ପାର୍ଥିବ ଶରୀରକୁ ଭଗବାନପୁର ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା । ଏହି ସମୟରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ମନ୍ତ୍ରୀ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ପୂର୍ବତନ ସାଂସଦ ରୀତା ତରାଇ ପ୍ରମୁଖ ଭଗବାନପୁରସ୍ଥିତ ଅଜୟ ପରିଡ଼ାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ । ଯାଜପୁର ମାଟିର ସୁଯୋଗ୍ୟ ସନ୍ତାନ ବିୟୋଗରେ ପ୍ରତ୍ୟେକ ମ୍ରିୟମାଣ ହୋଇଥିଲେ ।

୧୯୬୩ ମସିହାରେ ଅଜୟ ପରିଡା ଯାଜପୁର ଜିଲ୍ଲାର ଭଗବାନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । କୋତପୁର ଜଗୁଳାଇ ହାଇସ୍କୁଲରୁ ମାଟ୍ରିକ୍‌ ପାସ କରିବା ପରେ ୧୯୮୨ରେ ରେଭେନ୍ସା କଲେଜରେ BSc ପାଠ ପଢିଥିଲେ । ୧୯୮୪ରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ MSc ପାସ୍‌ କରିବା ପରେ ୧୯୯୨ରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ PHd ଲାଭ କରିଥିଲେ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୪ରେ ପଦ୍ମଶ୍ରୀ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ ।

୨୦୧୭ରେ ILS ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଇଥିଲେ ଅଜୟ ପରିଡ଼ା । କୃଷି, ଉଦ୍ଭିଦ ମଲିକୁଲାର ଜୀବ ବିଜ୍ଞାନ ଏବଂ ବୟୋଟେକ୍ନୋଲୋଜି କ୍ଷେତ୍ରରେ ତାଙ୍କର ଅବଦାନ ଥିଲା ଉଲ୍ଲେଖନୀୟ । କେବଳ ସେତିକି ନୁହେଁ ରାଜ୍ୟରେ କୋରୋନା ବିରୋଧୀ ଲଢେଇରେ ତାଙ୍କର ରହିଥିଲା ପ୍ରମୁଖ ଭୂମିକା । ଗତ ସୋମବାର ଆସାମ୍‌ର ଗୌହାଟିରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ସମୟରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିଲା ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.