ଯାଜପୁର: ସହାୟତା ରାଶି ନମିଳିବାରୁ ନିଖିଳ ଉତ୍କଳ ନିର୍ମାଣ ଶ୍ରମିକ ସଂଘର ଗଣଧାରଣା । 2ବର୍ଷ ହେଲା ଧାଇଁ ଧାଇଁ ଶ୍ରମିକମାନଙ୍କୁ ସହାୟତା ରାଶି ନମିଳିବାରୁ ଅତିଷ୍ଠ ହୋଇ ଆଜି ଯାଜପୁର ରୋଡଠାରେ ଥିବା ଉପ ବାଣିଜ୍ୟକର ଆୟୁକ୍ତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ।
ସଂଘର ସଭାପତି ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ବରେ ଶତାଧିକ ଶ୍ରମିକ ଗଣଧାରଣାରେ ସାମିଲ ହୋଇଥିଲେ । ତେବେ ନିର୍ମାଣ ଶ୍ରମିକ ମାନଙ୍କୁ ଯନ୍ତ୍ରପାତି କ୍ରୟ ବିଲ୍ ଉପରେ ଦେଇଥିବା ଭୁଲ ତଥ୍ୟକୁ ବିରୋଧ ଏବଂ ସଂଶୋଧନ ଦାବି କରିଥିଲେ । ଜିଲ୍ଲାର ୩୨୨ଜଣ ନିର୍ମାଣ ଶ୍ରମିକ ଯାଜପୁର ରୋଡର ଏକ ପ୍ରତିଷ୍ଠିତ ହାଡୱାର ଷ୍ଟୋରରୁ ଯନ୍ତ୍ରପାତି କିଣି ବିଲ୍ ଶ୍ରମ କାର୍ଯ୍ୟାଳୟରେ ପୈଠ କରିଥଲେ ହେଁ ଶ୍ରମିକ ମାନଙ୍କୁ ପ୍ରାପ୍ୟ ମିଳିପାରୁନଥିବା ଅଭିଯୋଗ କରିଛନ୍ତି ।
ଅନ୍ୟ ପକ୍ଷେ ବାଣିଜ୍ୟକର କାର୍ଯ୍ୟାଳୟ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଯେଉଁ ତଥ୍ୟ ହାର୍ଡୱାର ଷ୍ଟୋର ସମ୍ପର୍କରେ ତଥ୍ୟ ମଗାଯାଇଥିଲା ବହୁ ଦିନ ତଳୁ ଶ୍ରମ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି କହିଛନ୍ତି । ଶ୍ରମିକଙ୍କ ବିଲ୍ ବାବଦ ଅର୍ଥ ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ କହିପାରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ