ETV Bharat / state

କୁମାର ପୂର୍ଣ୍ଣିମାରେ ସଦାନନ୍ଦପୁରର ଅନନ୍ୟ ଆକର୍ଷଣ ପାଳଭୁତ

କୁମାର ପୂର୍ଣ୍ଣିମାରେ ଯାଜପୁର ସଦାନନ୍ଦପୁରର ଭିନ୍ନ ଏକ ପରମ୍ପରା ପାଳଭୁତ । ଗାଁର ସମସ୍ତ ବିବାହିତ ଓ ଅବିବାହିତ ଝିଅ ମିଶି ପାଳନ କରନ୍ତି କୁମାର ପୂର୍ଣ୍ଣିମା ।

author img

By

Published : Oct 13, 2019, 8:32 PM IST

Updated : Oct 13, 2019, 9:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଆଜି ପବିତ୍ର କୁମାର ପୂର୍ଣ୍ଣିମା । କୁମାରୀ ମାନଙ୍କର ଏହା ହେଉଛି ବଡପର୍ବ । ଆଜି ସକାଳୁ ସକାଳୁ ଯାଜପୁର ଜିଲ୍ଲାର ସଦାନନ୍ଦପୁର ଗ୍ରାମର କୁମାରୀ ମାନେ ନୂତନ ବସ୍ତ୍ର ପରିଧାନ କରି ଗୁଆ, ନଡିଆ, ଖଇରେ ସୂର୍ଯ୍ୟଙ୍କୁ ଆଜୁଁଳା ଟେକିବା ସହ ତୁଳସୀ ଚଉରାମୂଳେ ପୂଜା କରିଥିଲେ । ଏହାସହ ସଂଧ୍ୟାରେ ମଧ୍ୟ ଚାନ୍ଦ ପୂଜା କରିଛନ୍ତି । କୁମାର ପୂର୍ଣ୍ଣିମା ପାଇଁ ସଦାନନ୍ଦପୁର ଚଳଚଞ୍ଚଳ ହୋଇପଡିଛି । ଗାଁର ସମସ୍ତ ବିବାହିତ ଓ ଅବିବାହିତ କୁଆଁରୀ ମାନେ ମିଳିତ ଭାବେ ଧୂମଧାମରେ କୁମାର ପୂର୍ଣ୍ଣିମା ପାଳନ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ତେବେ ଏହି ଗ୍ରାମର ଏକ ବିଶେଷତ୍ବ ହେଲା କୋଠି ପୂଜା । ଯାହାକୁ ପାଳିବାକୁ କୁମାର ପୂର୍ଣ୍ଣିମାର 7ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ । କୁମାର ପୂର୍ଣ୍ଣିମାର ଠିକ ପୂର୍ବରାତ୍ରିରେ କୁମାରୀ ମାନେ ଗାଁର ଦାଣ୍ଡରେ ତିଆରି କରିଥାନ୍ତି ବିରାଟ ବିରାଟ କୋଠି । କୌଣସି ରଙ୍ଗରେ ନୁହେଁ କେବଳ କଇଁ ଫୁଲରେ ତିଆରି କରିଥାନ୍ତି ଏହି କୋଠି । ଯାହାକୁ କେହି ନିଜ ଆଖିରେ ନ ଦେଖିଲେ ବିଶ୍ବାସ କରିହେବ ନାହିଁ । ବର୍ଷ ବର୍ଷ ଧରି ଏହି କୋଠି ପୂଜା ପରମ୍ପରା ଚାଲିଆସୁଛି ଏହି ଗାଁରେ ।

ଯାଜପୁର ସଦାନନ୍ଦପୁର ଗାଁରେ ଏହି ପର୍ବ କିଛି ନିଆରା ଢ଼ଙ୍ଗରେ ପାଳିତ ହୋଇଥାଏ । କୁମାର ପୂର୍ଣ୍ଣିମା ପୂର୍ବ ରାତ୍ରିରେ ଗାଁ ଅଗଣାରେ କୁମାରୀ ମାନେ କଇଁ ଫୁଲରେ ତିଆରି କରନ୍ତି ବିଭିନ୍ନ ପ୍ରକାରର କୋଠି । ଏଭଳି କୋଠି ପୂଜା କଲେ କଇଁ ଫୁଲ ଓ ଚନ୍ଦ୍ରଙ୍କ ମଧ୍ୟରେ ଥିବା ପ୍ରେମ ଓ ଭଲପାଇବା ଭଳି କୁଆଁରୀଙ୍କୁ ଭଲ ସ୍ବାମୀ ମିଳେ ବୋଲି ବିଶ୍ବାସ ରହିଛି । ତେବେ ଆଧୁନିକତାର ଦ୍ବାହିରେ କୋଠିକୁ ଅଧିକ ସୁନ୍ଦର କରିବା ପାଇଁ ରଂଗୋଲିର ମଧ୍ୟ ବ୍ୟବହାର କରାଯାଉଛି ।

ସଦାନନ୍ଦୁପର ଗାଁରେ ଚାଲିଆସିଥିବା ଏହି କୋଠି ପୂଜା ପରମ୍ପରାକୁ ଗାଁର ସପନେଶ୍ବର ମହାନ୍ତି ଆରମ୍ଭ କରିଥିଲେ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଦ୍ବାରା ଲିଖିତ ପୁସ୍ତକ “ଚିତ୍ରକାବ୍ୟ ବନ୍ଧୋଦ୍ବୟ”ରେ ଅଙ୍କା ଯାଇଥିବା ଏହି କୋଠିକୁ ସେ ଗାଁର ଅଗଣାରେ ଆଙ୍କିଥିଲେ । ଧିରେ ଧିରେ ଏହି କୋଠି ପରମ୍ପରା ଅନ୍ୟ ଗାଁକୁ ବ୍ୟାପିଛି । ଆଉ ଏକ ବିଶେଷତ୍ବ ହେଲା କୁମାର ପୂର୍ଣ୍ଣିମା ଦିନ ଗାଁର ଯୁବକ ମାନେ ପାଳଭୁତ ବେଶ ଧାରଣ କରି କୁମାରୀଙ୍କୁ ଡରାଇଥାନ୍ତି । ଯାହକୁ ଦେଖିବାକୁ ଗାଁରେ ପ୍ରବଳ ଭିଡ ହୋଇଥାଏ । ଏହାସହ ଚନ୍ଦ୍ରପୂଜା ପରେ ଗାଁର ସମସ୍ତ ଯୁବକ ଯୁବତୀ ମାନେ ନାଚଗୀତରେ ମସଗୁଲ ରୁହନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug- Kothipuja_kumar_purnima
format-Pkg(spl)
reporter-Gyanaranjan ojha
place-jajpur
date-13.10.2019
Anchor---ଆଜି ପବିତ୍ର କୁମାର ପୂର୍ଣ୍ଣିମା । କୁମାରୀ ମାନଙ୍କର ଏକ ବିଶେଷ ପର୍ବ ।ଯାଜପୁର ସଦାନନ୍ଦପୁର ଗାଁରେ ଏହି ପର୍ବ କିଛି ନିଆରା ଢ଼ଙ୍ଗରେ ପାଳିତ ହୋଇଥାଏ । କୁମାର ପୂର୍ଣ୍ଣିମା ପୂର୍ବ ରାତ୍ରିରେ ଗାଁ ଅଗଣାରେ କୁମାରୀ ମାନେ କଇଁ ପୁଂଲରେ ତିଆରି କରନ୍ତି ବିଭିନ୍ନ ପ୍ରକାରର କୋଠି ।ଆଜିକୁ ପ୍ରାୟ ୧୫୦ ବର୍ଷ ତଳେ ଏହି କୋଠି ପରମ୍ପରା ଚାଲିଆସୁଛି ଏହି ଗାଁରେ ।କେବଳ କଇଁ ପୁଂଲରୁ ପ୍ରସ୍ତୁତ ହୋଇଥିବା ଏହି କୋଠିକୁ ଦେଖିଲେ ଯେ କେହି ମନ୍ତ୍ରମୁଗ୍ଧ ହୋଇଯିବ ।ଆଉ ବିଳମ୍ବିତ ରାତ୍ରୀରେ ଗାଁର ଯୁବକ ମାନେ ପାଳଭୁତ ବେଶରେ ଆସି କୁମାରୀ ମାନଙ୍କୁ ଡରାଇବା ଏହି କୋଠି ପୂଜାର ଅନ୍ୟତମ ଆକର୍ଷଣ ।

Body:
ଭିଓ୧-କୁମାର ପୂର୍ଣ୍ଣିମା ଆସିଲେ ସଦାନନ୍ଦପୁର ଗାଁ ହୋଇ ଉଠେ ଚଳଚଂଚଳ । ସାତ ଦିନ ପୂର୍ବରୁ ପ୍ରତ୍ୟେକ ନିଜ ନିଜ ଚଉଁରା ମୁଳେ ତିଆରି କରିଥାନ୍ତି କଇଁପୁଂଲର କୋଠି ।ଆଉ କୁମାର ପୂର୍ଣ୍ଣିମାର ଠିକ ପୂର୍ବରାତ୍ରିରେ କୁମାରୀ ମାନେ ଗାଁର ଅଗଣାରେ ତିଆରି କରିଥାନ୍ତି ବିରାଟ ବିରାଟ କୋଠି ।କୌଣସି ରଂଗ କିମ୍ବା କାଳିରେ ନୁହେଁ କେବଳ କଇଁ ପୁଂଲରେ ତିଆରି କରିଥାନ୍ତି ଏହି କୋଠି ।ଯାହାକୁ କେହି ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ ।ବର୍ଷ ବର୍ଷ ଧରି ଏହି କୋଠି ପୂଜା ପରମ୍ପରା ଚାଲିଆସୁଛି ଏହି ଗାଁରେ । ଏଭଳି କୋଠି ପୂଜା କଲେ କଇଁ ପୁଂଲ ଓ ଚନ୍ଦ୍ରଙ୍କ ମଧ୍ୟରେ ଥିବା ପ୍ରେମ ଓ ଭଲପାଇବା ଭଳି ବିବାହ ପରେ ପତି ପରମେଶ୍ୱରଙ୍କ ସଂପର୍କ ରହିବ ବୋଲି ବିଶ୍ୱାସ ରହିଛି । ଆଧୁନିକତାର ପ୍ରଭାବରେ କୋଠିକୁ ଅଧିକ ସୁନ୍ଦର କରିବା ପାଇଁ ରଂଗୋଲିର ବ୍ୟବହାର କରାଯାଉଛି ।
ବାଇଟ୍;ବନ୍ଦିତା ମହାନ୍ତି,ସଦାନନ୍ଦପୁର ବାସୀନ୍ଦା
:ଅର୍ଚନା ସେଠୀ,କୋଠି କାରିଗର
ଭିଓ୨-ସଦାନନ୍ଦୁପର ଗାଁରେ ଚାଲିଆସିଥିବା ଏହି କୋଠି ପୂଜା ପରମ୍ପରା କୁ ସପନେଶ୍ୱର ମହାନ୍ତି ଆରମ୍ଭ କରିଥିଲେ । କବି ସମ୍ରାଟ ଉପେନ୍ଦ୍ରଭଂଜଙ୍କ ଦ୍ୱାରା ଲିଖିତ ପୁସ୍ତକ “ଚିତ୍ରକାବ୍ୟ ବନ୍ଧୋଦ୍ୱୟ”ରେ ଅଂକାଯାଇଥିବା ଏହି କୋଠିକୁ ସେ ଗାଁର ଅଗଣାରେ ଆଙ୍କିଥିଲେ ।ଧିରେ ଧିରେ ଏହି କୋଠି ପରମ୍ପରା ଅନ୍ୟ ଗାଁକୁ ବ୍ୟାପୁଥିବା ଲକ୍ଷ୍ୟ କରାଯାଉଛି ।ଏହି କୋଠି ଆଙ୍କିବା ପାଇଁ ପରିବାର ର ସମସ୍ତ ସଦସ୍ୟ ସାମିଲ ହୋଇଥାନ୍ତି ।ପରେ ବୃନ୍ଦାବତୀଙ୍କ ନିକଟରେ କୁମାରୀ ମାନେ ମୁଡି ଓ ନଡିଆ ଭୋଗ କରିବା ସହିତ ରାତି ତମାମ ଗୀତ ଗାଇଥାନ୍ତି ।ଯାହାକୁ ଦେଖିବା ପାଇଁ ଆଖପାଖ ଗାଁରୁ ଛୁଟି ଆସନ୍ତୁ ଶହ ଶହ ଦର୍ଶକ ଆଉ ସଦାନନ୍ଦପୁର ଗାଁ ହୋଇଯାଏ ଉତ୍ସବ ମୁଖର
ବାଇଟ୍: ପୂର୍ଣ୍ଣଚନ୍ଦ୍ର ମହାନ୍ତି,ସଦାନନ୍ଦପୁର ବାସୀନ୍ଦା
:ଇନ୍ଦିରା ପ୍ରିୟଦର୍ଶନି ସାହୁ,

Conclusion:
ପାଂଭିଓ-ତେବେ କୁମାର ପୂର୍ଣ୍ଣିମା ଦିନ ଗାଁର ଯୁବକ ମାନେ ମଧ୍ୟ କୁମାରୀ ମାନଙ୍କୁ ଭୟଭୀତ କରିବା ପାଇଁ ପାଳଭୂତ ବେଶ ଧାରଣ କରିଥାନ୍ତି ।ରାତି ତମାମ ଗାଁର ଯୁବକ ଯୁବତୀ ମାନେ ନାଚ ଗୀତରେ ମସଗୁଲ ହୋଇଯାନ୍ତି ।

Last Updated : Oct 13, 2019, 9:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.