ଯାଜପୁର : ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଦୀପକ କୁମାର ଭଟ୍ଟାଚାର୍ଯ୍ୟଙ୍କୁ ସୁକିନ୍ଦା ଭିଡିଓଙ୍କ ମିଥ୍ୟା ଜାତିଆଣ ମକଦ୍ଦମା ଅନୁଯାୟୀ ଗିରଫ ପ୍ରତିବାଦରେ କରାଯାଇଛି ଓ ଗଣଧାରଣା ।
ସୂଚନା ମୁତାବକ, ସୁକିନ୍ଦା ବ୍ଳକ ପରିସରରେ ଏକ କୋଠାଘରକୁ ଟେକ୍ନିକାଲ କମିଟି ଦ୍ବାରା ଅସୁରକ୍ଷିତ ଘୋଷଣା କରିବା ପୁର୍ବରୁ ବ୍ଲକ ପ୍ରଶାସନ ଭାଙ୍ଗି ଦେଇଥିଲେ । ଯାହାଫଳରେ ସେହି ଘରେ ଥିବା ବହୁ ସମାଗ୍ରୀଗୁଡିକ ଚୋରି ହୋଇ ଯାଇଥିଲା । ଏହି ଘଟଣାକୁ ନେଇ ସମ୍ବାଦିକ ଦୀପକ ସୁକିନ୍ଦା ବିଡିଓଙ୍କୁ ଏ ସଂପର୍କରେ ପ୍ରଶ୍ନ ପଚାରି ଥିଲେ । ମାତ୍ର ଏହାକୁ ନେଇ ବିଡିଓ ଓ ସାମ୍ବାଦିକ ଦୀପକଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା । ଏହି ଘଟଣାକୁ ନେଇ ବିଡିଓ ସାମ୍ବାଦିକଙ୍କ ନାଁରେ ସୁକିନ୍ଦା ଥାନାରେ ଏତଲା ଦେଇଥିଲେ ।
ଏନେଇ ସୁକିନ୍ଦା ପୋଲିସ ଘଟଣାର ବିଧବଦ୍ଧ ତଦନ୍ତ ନକରି ଦୀପକଙ୍କୁ ପାଣିକୋଇଲି ପୋଲିସ ସହାୟତାରେ ବିଳମ୍ବିତ ରାତିରେ ଗିରଫ କରିଥିଲା। ସେପଟେ ଏହି ଘଟଣା ଦିନ ସୁକିନ୍ଦା ବିଡିଓ କାର୍ଯ୍ୟରତ ସାମ୍ବାଦିକ ଦୀପକଙ୍କୁ ଆକ୍ରମଣ କରି ତାଙ୍କ ମୋବାଇଲ ଭାଙ୍ଗି ଦେଇଥିଲେ । ଏଥିସହିତ ମିଥ୍ୟା ଅଭିଯୋଗରେ କୋର୍ଟ ଚାଲାଣ କରିଥିବା ଦୀପକଙ୍କ ପତ୍ନୀ ସୁକିନ୍ଦା ଥାନାରେ ଅଭିଯୋଗ କରିଥିଲେ ।
ମାତ୍ର ସୁକିନ୍ଦା ପୋଲିସ କେବଳ ମାମଲା ରୁଜୁ କରି ବିଡିଓଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଜିଲ୍ଲାର ବହୁ ବରିଷ୍ଠ ସାମ୍ବାଦିକ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ଜିଲ୍ଲାର ବହୁ ସାମ୍ବାଦିକ ସଙ୍ଘ । ଏହି ପରିପେକ୍ଷୀରେ ଯାଜପୁର ଜିଲ୍ଲାର ସମସ୍ତ ସାମ୍ବାଦିକମାନେ ମିଥ୍ୟା ମାମଲାରେ ଗିରଫ ହୋଇଥିବା ସାମ୍ବାଦିକଙ୍କୁ ତୁରନ୍ତ ଖଲାସ କରିବା ଓ ସୁକିନ୍ଦା ବିଡିଓଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।
ଇଟିଭି ଭାରତ, ଯାଜପୁର