ETV Bharat / state

ଯାଜପୁରର 'ସାଇନା': ଇଂରାଜୀ ପୋଏଟ୍ରି ଆଗରେ ଫିକା ପଡେ ବୟସ

ସ୍ଥାନୀୟ ସେଣ୍ଟମେରୀ ସ୍କୁଲରେ ସପ୍ତମ ଶ୍ରେଣୀର ଛାତ୍ରୀ ସାଇନା । ବୟସ କମ୍‌ ହେଲେ ତାଙ୍କର ଶବ୍ଦ ସଂଯୋଜନା ଅତି ଚମତ୍କାର । ଇଂରାଜୀ ଭାଷାରେ ବେଶ୍‌ ସୁନ୍ଦର ଭାବେ କବିତା ଲେଖିବାରେ ଦକ୍ଷ ସାଇନା ।

author img

By

Published : Sep 22, 2019, 3:20 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଏକକାଳୀନ ଜଣେ ସ୍ରଷ୍ଟା ଓ ଦ୍ରଷ୍ଟାର ସମାହାର ହେଉଛି କବି । ଜଣେ କବିର ମାନସରେ ସୃଷ୍ଟି ହୁଏ ଭାଷାର ସମ୍ଭାର । ମହାସାଗରର ଲବଣାକ୍ତ ଜଳରେ ବି କବି ନିଜ କବିତା ବଳରେ ଫୁଟାଇପାରେ ଭାଷାର ପଦ୍ମ । ତେବେ ଶବ୍ଦର ଏହି କାରିଗରୀ ଶିଖିବା ପାଇଁ ନଥାଏ କୌଣସି ବୟସର ସୀମା । ଯାହାର ଉଦାହରଣ ପାଲଟିଛନ୍ତି ବ୍ୟାସନଗର ସହରରେ ନହକାବାସୀ ସାଇନା ମହାନ୍ତି ।

ସ୍ଥାନୀୟ ସେଣ୍ଟମେରୀ ସ୍କୁଲରେ ସପ୍ତମ ଶ୍ରେଣୀର ଛାତ୍ରୀ ସାଇନା । ବୟସ କମ୍‌ ହେଲେ ତାଙ୍କର ଶବ୍ଦ ସଂଯୋଜନା ଅତି ଚମତ୍କାର । ଇଂରାଜୀ ଭାଷାରେ ବେଶ୍‌ ସୁନ୍ଦର ଭାବେ କବିତା ଲେଖିବାରେ ଦକ୍ଷ ସାଇନା । ଏପର୍ଯ୍ୟନ୍ତ ପ୍ରାୟ 30 ରୁ ଉର୍ଦ୍ଧ୍ବ କବିତା ଲେଖି ସାରିଲେଣି ସାଇନା । କେବଳ କବିତା ନୁହେଁ, ଚିତ୍ରାଙ୍କନ, ପାଠପଢା ଓ ନୃତ୍ୟ ପ୍ରତି ମଧ୍ୟ ତାଙ୍କର ରହିଛି ଦୁର୍ବଳତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଅତି ସୁନ୍ଦର କବିତା ଲେଖିବା ସାଙ୍ଗକୁ ସେସବୁକୁ ବେଶ୍‌ ସୁନ୍ଦର ଶୈଳୀରେ ଆବୃତ୍ତି କରିପାରନ୍ତି ସାଇନା। ତେବେ ତାଙ୍କର ଏହି ପ୍ରତିଭାକୁ ନେଇ ପରିବାର ଲୋକେ ଗର୍ବିତ । ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ପିଲାଟି ଦିନରୁ ତାଙ୍କଠାରେ ବିକାଶ ହେଉଥିବା ଏହି ପ୍ରତିଭାକୁ ଯୋଗାଉଛନ୍ତି ପ୍ରକୃଷ୍ଟ ମାଧ୍ୟମ । ସହପାଠୀମାନେ ବି ସାଇନାଙ୍କର ଏହି ପ୍ରତିଭାର କରନ୍ତି ଢେର ପ୍ରଶଂସା ।

ଅନ୍ତର୍ଜାତୀୟ କବିମାନଙ୍କ ପ୍ରକୃତି ଓ ସମୟ ଉପରେ ଲେଖା କବିତାକୁ ନେଇ ପ୍ରଭାବିତ ହୋଇଥିଲେ ସାଇନା । ସେହି ଦିନରୁ ଆରମ୍ଭ କରିଥିଲେ କବିତା ଲେଖା । ପରେ ପରେ ସ୍କୁଲରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ସହ ଆରମ୍ଭ ହୋଇଥିଲା କବିତା ସହ ତାଙ୍କର ଯାତ୍ରା । ତାଙ୍କ କବିତା ବିଭିନ୍ନ ପତ୍ରପତ୍ରିକା, ସମ୍ବାଦପତ୍ର ଓ ସ୍ମରଣିକା ଆଦିରେ ପ୍ରକାଶିତ ।

ସାଇନାଙ୍କ ଏହି ପ୍ରତିଭା ସମୟ ସହ ଅଧିକ ବିକଶିତ ହେଉ ଓ ସେ ବିଶ୍ବ ଦରବାରରେ ରାଜ୍ୟର ନାମ ରଖନ୍ତୁ ଏହା ହିଁ ଆଶା ଓ କାମନା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug--tiny_age poet
format--pkg
reporter—Gyanaranjan ojha
place—jajpur road
date—22 . 09 . 19
Anchor-- -କବି ହେଉଛି ସ୍ରଷ୍ଟା ଆଉ ଦ୍ରଷ୍ଟା । କବି ତାର ପୁରଦୃଷ୍ଟିରେ ଯାହା ଦେଖେ ତାହାକୁ ଭାଷା ବୈଭବରେ ସଜାଇ ଦିଏ । ସେ ତାର ଲେଖନୀ ଚାଳନା ଦ୍ବାରା ସୃଷ୍ଟି କରିଥାଏ ଅନବଦ୍ୟ କବିତା । କବିର ମଧ୍ୟ ବୟସର ସୀମା ନଥାଏ । ଏହି ଭଳି ଜଣେ କବି ପ୍ରତିଭା ହେଉଛନ୍ତି ଯାଜପୁର ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ସେଣ୍ଟମେରୀ ସ୍କୁଲର ୭ମ ଷ୍ଟାଣ୍ଡାର୍ଡ ଛାତ୍ରୀ ସାଇନା ମହାନ୍ତି । ନିଜର କୈଶୋର ବୟସରେ ପାଠପଢା ସହିତ ସେ ଇଂରାଜୀ ଭାଷାରେ ଅତି ସୁନ୍ଦର ସୁନ୍ଦର କବିତା ମାନ ଆବୃତ୍ତି କରି ବେଶ୍ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । କିଶୋରୀ ହେଲେ ବି ତାଙ୍କ କବିତାର ଭାବାବେଗ, ଶବ୍ଦ ସଂଯୋଜନା ଓ ମୂଲ୍ୟବୋଧ ବେଶ ଉଚ୍ଚକୋଟିର । ଘରେ ବାହାରେ ସବୁଠି ଏବେ ତାଙ୍କ ପ୍ରତିଭାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

Body:
vo-୦୧--କବି ମାନସରେ ସୃଷ୍ଟି ହୁଏ ଭାଷାର ସମ୍ଭାର । ମହାସାଗରର ଲବଣାକ୍ତ ଜଳରେ କବି ଫୁଟାଇ ପାରେ ଭାଷାର ପଦ୍ମ । ମରୁଭୁଇଁରେ ଆବିଷ୍କାର କରେ ସ୍ନିଗ୍ଧ ଶୀତଳ ଝରଣା । କବି ନିଜର ଅନବଦ୍ୟ ସୃଷ୍ଟି ପାଇଁ ହୋଇଥାଏ ଅଜର ଅମର । ଯେଉଁଥିପାଇଁ କବିର ବୟସରେ କିଛି ପ୍ରତିବନ୍ଧକ ବା ତାରତମ୍ୟ ନଥାଏ । ବ୍ୟାସନଗର ସହରର ଛୋଟିଆ ବାଳିକା ଟିଏ । ନାଁ ତାଙ୍କର । ସେଣ୍ଟ ମେରୀ ସ୍କୁଲର ୭ମ ଷ୍ଟାଣ୍ଡାର୍ଡରେ ସେ ଅଧ୍ୟୟନ କରନ୍ତି । ସେ ନହକା ଅଞ୍ଚଳର ଅଧିବାସୀ ହୋଇଥିବା ବେଳେ ଏତେ କମ୍ ବୟସରେ ସେ ଇଂରାଜୀ ଭାଷାରେ କି ସୁନ୍ଦର କବିତା ସବୁ ଆବୃତ୍ତି କରୁଛନ୍ତି । ଯାହା କି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗେ । ତାଙ୍କର କବିତା ଲାଗେ ଯେମିତି ଜୀବନ୍ତ । ସେ ଯାହା କିଛି ଦେଖନ୍ତି ଆପେ ଆପେ ତାହା ତାଙ୍କ ମନରେ ଆନ୍ଦୋଳିତ ହୋଇଉଠେ । ଏବଂ ମନର ଅଇନାରୁ ସ୍ବତଃ ଭାଷିଆସେ ଚମତ୍କାର କବିତା । ତାଙ୍କର ସେହି କବିତା ଗୁଡିକ୍ ପାଠକଙ୍କୁ ବେଶ୍ ଆକୃଷ୍ଟ କରିଥାଏ ।
bite-୦୧--ସାଇନା ମହାନ୍ତି, କିଶୋର କବି
bite-୦୨—ଦିବ୍ୟଙ୍କା ବରାଳ, ସାଙ୍ଗ
vo-୦୨--ସେ ଖୁବ୍ କମ୍ ବୟସରେ ଆରମ୍ଭ କରିଛନ୍ତି ତାଙ୍କ କବିତା ଲେଖା । କବିତା ଆବୃତ୍ତି ସହିତ ଚିତ୍ରକଳା ଓ ନୃତ୍ୟଶିଳ୍ପରେ ମଧ୍ୟ ତାଙ୍କର ଅନେକ ରୁଚି ରହିଛି । ସ୍କୁଲର ଏକ କବିତା ପ୍ରତିଯୋଗୀତାରୁ ଆରମ୍ଭ ହୋଇଥିଲା ତାଙ୍କର କବିତା ଲେଖା । ଏଥିପାଇଁ ସେ ବାପା ମା ଏବଂ ପରିବାରରୁ ହିଁ ଅଧିକ ପ୍ରେରଣା ପାଇଥିଲେ । ଇତି ମଧ୍ୟରେ ତାଙ୍କର କେତେକ କବିତା ବିଭିନ୍ନ ପତ୍ରପତ୍ରିକା, ସମ୍ବାଦପତ୍ର, ସ୍ମରଣିକା ଆଦିରେ ପ୍ରକାଶିତ ମଧ୍ୟ ହୋଇଛି । ତାଙ୍କର ଏହି ପ୍ରତିଭାକୁ ନେଇ ସେ ଓ ପରିବାର ଲୋକେ ବେଶ୍ ଆନନ୍ଦ ଉପଲବ୍ଧି କରନ୍ତି । ସେହିପରି ସ୍କୁଲରେ ମଧ୍ୟ ସାଙ୍ଗସାଥି ଓ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ତାଙ୍କର ଏହି କବି ପ୍ରତିଭାର ଭୁରି ଭୁରି ପ୍ରଶଂସା କରନ୍ତି ।
bite-୦୩--ଅଜୟ ମହାନ୍ତି, ସାଇନାଙ୍କ ବାପା,

bite-୦୪--ମିସେସ୍ ରୋଜ୍ ଲି, ଅଧ୍ୟକ୍ଷା, ସେଣ୍ଟମେରୀ ସ୍କୁଲ

Conclusion:
fvo--ତାଙ୍କର ଏହି କବିପ୍ରତିଭା ଆଗକୁ ଅଧିକ ବିକଶିତ ହେଉ ଏବଂ ତା ସହ ସେ ଜଣେ ସୁନାମଧନ୍ୟ କବି ଭାବରେ ସର୍ବତ୍ର ପରିଚିତ ହୁଅନ୍ତୁ । ଏହାହିଁ ସମସ୍ତଙ୍କର ଈଶ୍ବରଙ୍କ ନିକଟରେ କାମନା ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.