ETV Bharat / state

ସମ୍ପତ୍ତି ପାଇଁ ମା'କୁ ମାରିଦେଲା ପୁଅ, ଅଭିଯୋଗ ଆଣିଲା ଝିଅ - jajpur news

ପାଣିକୋଇଲି ଥାନା ଅନ୍ତର୍ଗତ ଅମୃତିଆ ପଞ୍ଚାୟତ ରଙ୍ଗରଙ୍ଗା ଗ୍ରାମରେ ସମ୍ପତ୍ତି ଓ ପାରିବାରିକ କଳହକୁ ନେଇ ଅଭାବନୀୟ ଘଟଣା । ମାକୁ ଠେଲି ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଝିଅ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଏବଂ ଯୋଜନାବଦ୍ଧ ଭାବେ ପୁଅ ମାକୁ ହତ୍ୟା କରିଥିବା କହିଛନ୍ତି । ଅଧିକ ପଢନ୍ତୁ...

jajpur-son-killed-her-mother-for-property-and-family-disputes
ସମ୍ପତ୍ତି ଓ ପାରିବାରିକ କଳହକୁ ନେଇ ମାକୁ ଠେଲି ପୁଅ ହତ୍ୟା କରିଥିବା ଅଭିଯୋଗ
author img

By

Published : May 13, 2020, 5:13 PM IST

ଯାଜପୁର: ସମ୍ପତ୍ତି ଓ ପାରିବାରିକ କଳହକୁ ନେଇ ଅଭାବନୀୟ ଘଟଣା । ପାଣିକୋଇଲି ଥାନା ଅନ୍ତର୍ଗତ ଅମୃତିଆ ପଞ୍ଚାୟତ ରଙ୍ଗରଙ୍ଗା ଗ୍ରାମରେ ପୁଅ ମାକୁ ଠେଲି ଦେବାରୁ ମୃତ୍ୟୁ ଘଟିଛି ବୋଲି କହିଛନ୍ତି । ହେଲେ ଝିଅ କିନ୍ତୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ କହି ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଅମୃତିଆ ପଞ୍ଚାୟତ ରଙ୍ଗରଙ୍ଗା ଗ୍ରାମର ସୁବାସ ସାହୁ (୪୫) ଜଣେ ଗୁପ୍‌ଚୁପ୍ ବ୍ୟବସାୟ କରନ୍ତି । ପୁଅ ସବୁବେଳେ ସମ୍ପତ୍ତି ଓ ପାରିବାରିକ କଳହକୁ ନେଇ ମା ଲବଙ୍ଗ ସାହୁ (୬୦)ଙ୍କୁ ମାରପିଟ କରୁଥିବା ଝିଅ ବାସନ୍ତୀ ଅଭିଯୋଗ କରିଛନ୍ତି । ପୂର୍ବରୁ ଲବଙ୍ଗଙ୍କ ସ୍ବାମୀ ମରିଯାଇଥିବା ବେଳେ ଝିଅ ବାସନ୍ତୀ ମଧ୍ୟ ବିବାହିତ । ଲବଙ୍ଗ ପୁଅ ପାଖରେ ରହୁଥିବା ବେଳେ ବହୁ ସମୟରେ ସୁବାସ ସମ୍ପତ୍ତିକୁ ନେଇ ମାକୁ ମାରପିଟ କରିବା ସହିତ ଖାଇବାକୁ ନଦେଇ ଘରୁ ବାହାର କରିଥିଲେ । ପରେ ଏନେଇ ପାଣିକୋଇଲି ପୋଲିସ୍‌ର ହସ୍ତକ୍ଷେପ ପରେ ମା’କୁ ଘରକୁ ନେଇଥିଲେ।

ଆଜି ସକାଳେ କୌଣସି କାରଣରୁ ଉତ୍ୟକ୍ତ ହୋଇ ସୁବାସ ତାଙ୍କ ମା'ଙ୍କୁ ଠେଲି ଦେଇଥିଲେ ଏବଂ ମୁଣ୍ଡରେ ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ ରହିଥିବା ଘଟଣା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡୁଛି । ଫଳରେ ମୁଣ୍ଡଫାଟି ରକ୍ତାକ୍ତ ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.