ETV Bharat / state

ହୋଟେଲ ମ୍ୟାନେଜରକୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ଚୋରି ଥିଲା ମୁଖ୍ୟ କାରଣ - ଯାଜପୁର ହୋଟେଲ ମ୍ୟାନେଜରକୁ ହତ୍ୟା

ଯାଜପୁର ରୋଡ ରେଳଷ୍ଟେସନ ସମ୍ମୁଖରେ ହୋଟେଲ ମ୍ୟାନେଜରକୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ହୋଟେଲ ମ୍ୟାନେଜରକୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

author img

By

Published : Jan 4, 2022, 8:45 PM IST

ଯାଜପୁର: ରୋଡ ରେଳ ଷ୍ଟେସନ ସମ୍ମୁଖରେ ହୋଟେଲ ମ୍ୟାନେଜରକୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କ ସୂଚନା ଦେଇଛନ୍ତି ।

ହୋଟେଲ ମ୍ୟାନେଜରକୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ପୋଲିସର ସୂଚନା ଅନୁଯାୟୀ ଗତ ଗତ ୨୬ ତାରିଖ ଦିନ ହୋଟେଲରେ ଖାଇପିଇ ମ୍ୟାନେଜର ବେଣୁଧର ପୃଷ୍ଟି ଓ ରୁମ ସର୍ଭିସ ମ୍ୟାନ ଆଲୋକ କୁମାର ମହାନ୍ତି ୧୦୭ ନମ୍ବର ରୁମରେ ଶୋଇଥିଲେ । ହଠାତ କିଛି ସମୟ ପରେ ଆଲୋକ ହୋଟେଲ କ୍ୟାସ ବକ୍ସରୁ ଟଙ୍କା ଚୋରି କରୁଥିବା ବେଣୁଧର ଦେଖିବାକୁ ପାଇଥିଲେ। ଏଥି ସହିତ କାହିଁକି ଚୋରି କରୁଛୁ ପଚାରିଥିଲେ । ତେବେ ଏହି ଘଟଣାକୁ ନେଇ ଆଲୋକ ଓ ବେଣୁଧର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥି ସହିତ ବେଣୁଧର ଆଲୋକ ହୋଟେଲରୁ ଚୋରି କରୁଥିବା ମାଲିକକୁ କହିବାକୁ ଚେଷ୍ଟା କରୁଥିବା ସମୟରେ ଆଲୋକ ଡରି ଯାଇ ପାଖରେ ଥିବା ଏକ ହାତୁଡିରେ ପିଟି ମାରି ଦେଇ ବେଣୁଧରର ମୋବାଇଲ ଆଉ ୫ ହଜାର ଟଙ୍କା ନେଇ ଫେରାର ହେଇଯାଇଥିଲା ।

ତେବେ ହୋଟେଲ ମାଲିକ ଏହି ଘଟଣାକୁ ନେଇ ଯାଜପୁର ରୋଡ ଥାନାରେ ଏତଲା ଦେଇଥିଲେ । ତେବେ ପୋଲିସ ଏହି ଘଟଣାକୁ ଗୁରୁତର ସହିତ ନେଇ ପ୍ରଥମେ ଆଲୋକର ଘର ଭଦ୍ରକ ଜିଲ୍ଲା ବିଞ୍ଝା ଅଞ୍ଚଳରେ ଚଢ଼ାଉ କରିଥିଲା। ଏହାପରେ ଏକ ବିଶେଷ ସୂତ୍ରରୁ ଖବର ପାଇ କଟକ ରେଳ ଷ୍ଟେସନ ନିକଟରେ ଚଢ଼ାଉ କରି ଆଲୋକକୁ ଗିରଫ କରିବାରେ ସଫଳ ହେଇଥିଲା। ତେବେ ଆଜି ଆଲୋକର କୋଭିଡ ଟେଷ୍ଟ ପରେ କେସ ନମ୍ବର ୪୯୫/୨୧ରେ ମାମଲା ରୁଜୁ କରି ଦଫା ୩୦୨.୩୦୭,୩୯୪, ଓ ୨୦୧ ଆଇପିସିରେ କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ଏଏସଆଇ ଜ୍ୟାେତିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.