ETV Bharat / state

କଲ୍ କଲେ ଘରେ ପହଞ୍ଚିବ ମେଡିସିନ: ଯାଜପୁର ଏସପି

ଏଣିକି ଯାଜପୁରରେ ପୋଲିସ ଘରେ ପହଞ୍ଚାଇବ ମେଡିସିନ । କଲ କରି ପୋଲିସକୁ ପ୍ରେସକ୍ରିପସେନ ଦେଲେ ଘରେ ପହଞ୍ଚିଯିବ ମେଡିସିନ । ଅଧିକ ପଢନ୍ତୁ...

କଲ୍ କଲେ ଘରେ ପହଞ୍ଚିବ ମେଡିସିନ: ଯାଜପୁର ଏସପି
କଲ୍ କଲେ ଘରେ ପହଞ୍ଚିବ ମେଡିସିନ: ଯାଜପୁର ଏସପି
author img

By

Published : May 9, 2021, 8:26 PM IST

ଯାଜପୁର: କୋରୋନା ସମୟରେ ଘରେ ମେଡିସିନ ପହଞ୍ଚାଇବ ପୋଲିସ । ଏଭଳି ଘୋଷଣା କରିଛନ୍ତି ଯାଜପୁର ଜିଲ୍ଲା ଏସପି ରାହୁଲ ପିଆର । ଏସପିଙ୍କ କହିବା ଅନୁଯାୟୀ, ଜିଲ୍ଲାର ଯାଜପୁର ଟାଉନ ଏବଂ ଯାଜପୁର ରୋଡ ଆଦି ଦୁଇଟି ମ୍ୟୁନିସିପାଲିଟି ଅଞ୍ଚଳରେ ଲୋକମାନଙ୍କ ଘରେ ପୋଲିସ ତରଫରୁ ଔଷଧ ପହଞ୍ଚାଯିବ ।

କଲ୍ କଲେ ଘରେ ପହଞ୍ଚିବ ମେଡିସିନ: ଯାଜପୁର ଏସପି

ଏଥିପାଇଁ ଯାଜପୁର ଟାଉନ ଲୋକେ 9556440191 ଏବଂ ଯାଜପୁର ରୋଡବାସୀ 8984227476 ନମ୍ବରରେ ଯୋଗାଯୋଗ କରି ପ୍ରେସକ୍ରିପସନ ଦେଇପାରିବେ । ଏହି ଆଧାରରେ ପୋଲିସ ସମସ୍ତ ଔଷଧ ପହଞ୍ଚାଇବ ଏବଂ ଔଷଧ ଦେବାପରେ ଉକ୍ତ ବ୍ୟକ୍ତି ପୋଲିସକୁ ନିର୍ଦ୍ଧାରିତ ଟଙ୍କା ପୈଠ କରିବେ ବୋଲି ଏସପି କହିଛନ୍ତି ।

କୋଭିଡ଼ କଟକଣାକୁ ଆଖି ଆଗରେ ରଖି ଏବଂ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି । ତେବେ କେତେକ ଅମାନିଆ ମିଛ ପ୍ରେସକ୍ରିପସନ ଧରି ବାହାରେ ବୁଲି ପୋଲିସକୁ ନାକେଦମ କରୁଥିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.