ଯାଜପୁର:ବ୍ୟାସନଗର ସ୍ଥିତ ବେଣାପୁର ଟ୍ରାଫିକ ଛକରେ ଓଭରବ୍ରିଜ ନିର୍ମାଣ ପାଇଁ ଶନିବାର କ୍ଷେତ୍ର ପରିଦର୍ଶନ କରିଛନ୍ତି ସାଂସଦ ଓ ବିଭାଗ୍ୟ ଅଧିକାରୀ । ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ବହୁ ଦାବି ପରେ ଅପରାହ୍ନରେ କ୍ଷେତ୍ର ପରିଦର୍ଶନ କରିଥିବା ଜଣାପଡିଛି ।
ବେଣାପୁର ଟ୍ରାଫିକ ଛକରେ ଏକ ଓଭରବ୍ରିଜ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି । ଏହି ସମସ୍ଯା ସମ୍ପର୍କରେ ସ୍ଥାନୀୟ ଲୋକମାନେ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କ ନିକଟରେ ଦାବି କଲେ ମଧ୍ୟ କେହି ଶୁଣୁନଥିବା ସେମାନେ ଅଭିଯୋଗ କରିଥିଲେ । ଶେଷରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠି ଦାବି ସମ୍ପର୍କରେ ଆଲୋଚନା କରି ଶନିବାର ଏନଏଚଆଇ ଅଧିକାରୀଙ୍କ ସହିତ କ୍ଷେତ୍ର ପରିଦର୍ଶନ କରି ଓଭରବ୍ରିଜ ନିର୍ମାଣ ସଂପର୍କରେ ଆଲୋଚନା କରିଥିଲେ । ସେପଟେ 6 ମାସ ଭିତରେ କାମ ଆରମ୍ଭ ହେବ ବୋଲି ଏନଏଚଆଇର ବରିଷ୍ଠ ଅଧିକାରୀ ରାମପ୍ରସାଦ ପଣ୍ଡା କହିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ