ETV Bharat / state

ସ୍ମିତାରାଣୀ ମୃତ୍ୟୁ ମାମଲା; ଏସପିଙ୍କ କାର୍ଯ୍ୟାଳୟ ଘେରିଲା ମହିଳା କଂଗ୍ରେସ - Jajpur mahila morcha protest

ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ବୁଧବାର ଜିଲ୍ଲା ଏସପିଙ୍କୁ ଘେରିଛି ମହିଳା କଂଗ୍ରେସ । ଘଟଣାର ସିବିଆଇ ତଦନ୍ତ ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ଦେବାକୁ ମହିଳା ମୋର୍ଚ୍ଚା ଦାବି କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Oct 23, 2019, 1:26 PM IST

Updated : Oct 23, 2019, 5:44 PM IST

ଯାଜପୁର: ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାକୁ ନେଇ ଜୋର ଧରିଛି ରାଜନୀତି । ବିଜେପିର ବନ୍ଦ ହଡତାଳ ପରେ ଏବେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ବୁଧବାର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ପାଣିକୋଇଲି ସ୍ଥିତ ଏସପି କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ଉଭୟ ବିରୋଧୀ ଦଳ । ମହିଳା କଂଗ୍ରେସର ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ରାଜ୍ୟର ବହୁ ବରିଷ୍ଠ ନେତା ଓ କର୍ମୀ ।

ସ୍ମିତାରାଣୀ ମୃତ୍ୟୁ ମାମଲା; ଏସପିଙ୍କ କାର୍ଯ୍ୟାଳୟ ଘେରିଲା ମହିଳା କଂଗ୍ରେସ

ଯାଜପୁର ଏସ୍‌ପିଙ୍କ ଦ୍ଵାରା ଦିଆଯାଇଥିବା ପ୍ରେସ ବିବୃତ୍ତିକୁ ନେଇ ଜୋର୍ ଧରିଛି ରାଜନୀତି । ପ୍ରଥମେ ବିଜେପି ପରେ ଏବେ ପାଳି ପଡିଛି କଂଗ୍ରେସର । ଘଟଣାର ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ମହିଳା କଂଗ୍ରେସ । ଘଟଣାର ସିବିଆଇ ତଦନ୍ତ ଦାବିରେ ପାଣିକୋଇଲି ସ୍ଥିତ ଏସ.ପି ଅଫିସ୍ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ପ୍ରଥମେ କର୍ମୀ ମାନେ ପାଣିକୋଇଲି ତାରିଣୀ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଦଳୀୟ ନେତା ଓ କର୍ମୀ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାର ଓ ପୋଲିସ୍ ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ । ଏଥିସହ ଯାଜପୁର ଏସପିଙ୍କ ବଦଳି ମଧ୍ୟ ଦାବି କରିଥିଲେ କଂଗ୍ରେସ ନେତା । ନଚେତ୍‌ ଦଳ ପକ୍ଷରୁ ପୋଲିସ ଡିଜି ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ସେପଟେ ପିଇଓ, ଭିଏଲଡବ୍ଲ୍ୟୁ ଓ ଜିଆରଏସ ସଂଘ ପକ୍ଷରୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରି ସଦର ମହକୁମାରେ କରିଥିଲେ ନିରବ ଶୋଭାଯାତ୍ରା ।

ଏହି ବିକ୍ଷୋଭରେ କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ । ଆନ୍ଦୋଳନରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ବିଧାୟକ ମହମ୍ମଦ ମୋକିମ ଓ ସତ୍ୟପ୍ରକାଶ ନାୟକ ଆଉ ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡା ପ୍ରମୁଖ ଯୋଗ ଦେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ତୁରନ୍ତ ସ୍ମିତାରାଣୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ନେତା ମାନେ ଦାବି କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ମହିଳା କଂଗ୍ରେସର ଯାଜପୁର sp ଅଫିସ ଘେରାଓ।

ସ୍ମିତାରାଣୀ ମୃତ୍ୟୁ ଘଟଣା ର ସିବିଆଇ ତଦନ୍ତ ଦାବି କରି ଆଜି ମହିଳା କଂଗ୍ରେସର ଯାଜପୁର ଏସ୍ପିଙ୍କ କାର୍ଯ୍ୟଳୟ ଘେରାଓ କରିବା କାର୍ଯ୍ୟକ୍ରମ ରହିଛି।
ଏଥିପାଇଁ ପାଣିକୋଇଲିସ୍ଥିତ ଏସ୍ପିଙ୍କ କାର୍ଯ୍ୟାଳୟ ନିକଟରେ ଜିଲ୍ଲାର ମହିଳା କଂଗ୍ରେସର ସଂଖ୍ୟଧିକ ମହିଳା କର୍ମୀ, ଜିଲ୍ଲା ସଭାପତି ରିତାଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଏକ ବିଶାଳ ରାଲିରେ ଏସ୍ସି ଅଫିସ ଘେରାଓ କରିବା କାର୍ଯ୍ୟକ୍ରମ ରହିଛି।
ଏଥିରେ କଂଗ୍ରେସ ବିଧାୟକ ସୁର ରାଉତରାୟ, ମହମ୍ମଦ ମୋକିମ, ସତ୍ୟ ନାୟକ, ବନ୍ଦିତା ପରିଡା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।Body:NewsConclusion:
Last Updated : Oct 23, 2019, 5:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.