ଯାଜପୁର: ବିଞ୍ଝାରପୁରରେ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ଆଜି ୧୧ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଏମାନଙ୍କ ବିରୋଧରେ ୧୦ଟି ଦଫାରେ ମାମଲା ରୁଜୁ କରାଯାଇଛି । ଏଥିରେ 147/148, 323, 324, 427, 307, 365, 395, 342 ଓ 149 ଆଇପିସି ଭଳି ସଙ୍ଗୀନ ଦଫା ଲାଗିଛି ବୋଲି ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି ।
ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ମଲ୍ଲିକଙ୍କ ସମେତ ୫ଜଣ ପୁରୁଷ ଓ ୬ ଜଣ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଯାଜପୁର ଏସପି ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ