ଯାଜପୁର: ଚାଷ ଓ କୃଷକ ଉଭୟ ପରିପୂରକ ଅଟନ୍ତି । କିନ୍ତୁ ପ୍ରଶାସନର ଅବହେଳା ଯୋଗୁଁ ଚାଷୀମାନେ ଠିକ ସମୟରେ ଟୋକନ ନପାଇ ଧାନ ବିକ୍ରି କରିପାରୁନାହାନ୍ତି । ଯାହାକି ଚାଷୀମାନଙ୍କୁ ଆନ୍ଦୋଳନକୁ ଓହ୍ଲେଇବାକୁ ବାଧ୍ୟ କରୁଛି । ବାଧ୍ୟହୋଇ ଚାଷୀମାନେ ଦଲାଲ ମାନଙ୍କୁ କମ୍ ମୂଲ୍ୟରେ ଧାନ ବିକ୍ରି କରୁଛନ୍ତି । ମୂଳତଃ ଟୋକନ ସମସ୍ୟା ଯାହାକି ଚାଷୀମାନଙ୍କ ମିଣ୍ଡବିନ୍ଧାର କାରଣ ପାଲଟିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ହାତିବାରି ସମବାୟ ସମିତିରେ । ବିକ୍ରି ପାଇଁ ଟୋକନ ନମିଳିବାରୁ ଚାଷୀମାନେ ଉତ୍ୟକ୍ତ ହୋଇପଡିଛନ୍ତି ।
ଧାନ ଦେବା ପାଇଁ କେବେଠାରୁ ନାମ ପଞ୍ଜିକରଣ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ଟୋକନ ମିଳିପାରିନାହିଁ। ଅନେକ ଥର ସେମାନଙ୍କ ଅସୁବିଧା ଜଣାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଚାଷୀମାନେ ଜିଲା ପ୍ରଶାସନର ଦ୍ବାରସ୍ଥ ହେବାସହ ତୁରନ୍ତ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ