ETV Bharat / state

ରିଲିଫ ସାମଗ୍ରୀ ବଣ୍ଟନକୁ ନେଇ ଅସନ୍ତୋଷ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ଯାଜପୁର ବ୍ଲକ ଏରବାଙ୍କ ପଂଚାୟତ ଇନ୍ଦରୋଇ ଗାଁରେ ରିଲିଫ ସାମଗ୍ରୀ ବଣ୍ଟନକୁ ନେଇ ଅସନ୍ତୋଷ । ଅସନ୍ତୁଷ୍ଟ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଘଟଣାର ତଦନ୍ତ କରିବାକୁ ଦାବି କଲେ । ଅଧିକ ପଢନ୍ତୁ...

ରିଲିଫ ସାମଗ୍ରୀ ବଣ୍ଟନକୁ ନେଇ ଅସନ୍ତୋଷ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ
ରିଲିଫ ସାମଗ୍ରୀ ବଣ୍ଟନକୁ ନେଇ ଅସନ୍ତୋଷ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ
author img

By

Published : Sep 27, 2020, 7:45 PM IST

ଯାଜପୁର: ଜିଲ୍ଲାରେ ରିଲିଫ ସାମଗ୍ରୀ ବଣ୍ଟନକୁ ନେଇ ଅସନ୍ତୋଷ। ଯାଜପୁର ବ୍ଲକ ଏରବାଙ୍କ ପଞ୍ଚାୟତ ଇନ୍ଦରୋଇ ଗାଁରେ ରିଲିଫ ସାମଗ୍ରୀ ବଣ୍ଟନକୁ ନେଇ ଅସନ୍ତୋଷ। ଅସନ୍ତୁଷ୍ଟ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ବାରସ୍ଥ ହୋଇ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି ।

ରିଲିଫ ସାମଗ୍ରୀ ବଣ୍ଟନକୁ ନେଇ ଅସନ୍ତୋଷ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ସୂଚନା ମୁତାବକ ରିଲିଫ ସାମଗ୍ରୀକୁ ମୁଣ୍ଡ ପିଛା କମ ଦେବା ସହିତ ପରିବହନ ପାଇଁ ମଧ୍ୟ ବିପନ୍ନଙ୍କ ଠାରୁ ଅର୍ଥ ଆଦାୟ କରିବାକୁ ସ୍ଥାନୀୟ ସରପଞ୍ଚ ନିର୍ଦେଶ ଦେଇଥିଲେ । ଏହାକୁ କେତେକ ବ୍ୟକ୍ତି ବିରୋଧ କରି ରିଲିଫ ସାମଗ୍ରୀ ଗ୍ରହଣ କରିନଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଅନେକ ପ୍ରକୃତ ହିତାଧିକାରୀଙ୍କୁ ରିଲିଫ ସାମଗ୍ରୀ ବଣ୍ଟା ଯାଇନଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇ ଘଟଣାର ତଦନ୍ତ କରିବାକୁ ନିବେଦନ କରାଯାଇଛି ।

ପ୍ରଶାସନ ରିଲିଫ ପାଇଁ କୌଣସି ଖର୍ଚ୍ଚ ଦେବାକୁ ପଡିବ ନାହିଁ ବୋଲି କହୁଥିବାବେଳେ ଗ୍ରାମାଞ୍ଚଳରେ ହିତାଧିକାରୀଙ୍କ ଠାରୁ ଏପରି ଲୁଟର ତଦନ୍ତ ହେବା ଆବଶ୍ୟକ ବୋଲି ଦାବି ହେଉଛି । ଅନ୍ୟ ପଟେ ଅଧିକ ଚାଉଳ କାଟ ଏବଂ ଟଙ୍କା ଆଦାୟ ସଂପୂର୍ଣ୍ଣ ବେଆଇନ । ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର କହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.