ETV Bharat / state

ଶୈବକ୍ଷେତ୍ରରେ ମହାଶିବରାତ୍ରୀ ପାଇଁ ଭକ୍ତଙ୍କ ପ୍ରବଳ ସମାଗମ - ଯାଜପୁର ଜିଲ୍ଲାର ବିଭିନ୍ନ ଶୈବପୀଠରେ ଶିବରାତ୍ରୀ ଭକ୍ତଙ୍କ ପ୍ରବଳ ସମାଗମ

ଯାଜପୁରର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ସମାଗମ । ସହରର ଲଳିତେଶ୍ବର, ବେଲେଶ୍ବର, ତ୍ରିଲୋଚନେଶ୍ବର, ବରୁଣେଶ୍ବର ଆଦି ମନ୍ଦିରରେ ଶୁକ୍ରବାର ବଡିଭୋରୁ ବାବାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ଲାଗିଛି । ଅଧିକ ପଢନ୍ତୁ...

jajpur districts ssiva temple full of devotee on occasion of mahasivaratri
ଯାଜପୁର ଜିଲ୍ଲାର ବିଭିନ୍ନ ଶୈବପୀଠରେ ଶିବରାତ୍ରୀ ଭକ୍ତଙ୍କ ପ୍ରବଳ ସମାଗମ
author img

By

Published : Feb 21, 2020, 4:49 PM IST

ଯାଜପୁର: ପବିତ୍ର ମହାଶିବରାତ୍ରୀ । ଯାଜପୁର ଜିଲ୍ଲାର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ସମାଗମ । ଲୋକମାନଙ୍କ ମଧ୍ୟରେ ଭଗବାନଙ୍କ ଦର୍ଶନ କରିବା ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି ।

ଯାଜପୁର ଜିଲ୍ଲାର ବିଭିନ୍ନ ଶୈବପୀଠରେ ଶିବରାତ୍ରୀ ଭକ୍ତଙ୍କ ପ୍ରବଳ ସମାଗମ

ଯାଜପୁର ସହରର ଲଳିତେଶ୍ବର, ବେଲେଶ୍ବର, ତ୍ରିଲୋଚନେଶ୍ବର, ବରୁଣେଶ୍ବର ଆଦି ମନ୍ଦିରରେ ଶୁକ୍ରବାର ବଡିଭୋରୁ ବାବାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ଲାଗିଛି । ଶ୍ରଦ୍ଧାଳୁମାନେ ବାବାଙ୍କ ନିକଟରେ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ଭିଡ ଜମାଇଛନ୍ତି । ଉଭୟ ମହିଳା ଓ ପୁରୁଷ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ସେପଟେ ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ୍ୟ ରଖି ଶୃଙ୍ଖଳିତ ଦର୍ଶନ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଲୋକମାନଙ୍କ ମଧ୍ୟରେ ବିଶ୍ବାସ ରହିଛି ଶିବରାତ୍ରୀ ଦିନ ବାବାଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୁଏ । ବେଲେଶ୍ବର ମନ୍ଦିରରେ ବିଳମ୍ବିତ ରାତ୍ରୀରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ବାବା ବେଲେଶ୍ବରଙ୍କ ମହାତ୍ମା ଅନ୍ୟ ଶୈବପୀଠ ଠାରୁ ସମ୍ପୂର୍ଣ୍ଣ ଅଲଗା । ବିଶ୍ବାସ ରହିଛି ଶିବରାତ୍ରୀ ଦିନ ବାବାଙ୍କୁ ଦର୍ଶନ କଲେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇହୁଏ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.