ଯାଜପୁର: ଜନସାଧାରଣଙ୍କୁ ତ୍ବରିତ ସେବା ପ୍ରଦାନ ଲକ୍ଷ୍ୟରେ ଯାଜପୁରରେ ଆରମ୍ଭ ହୋଇଛି ମୋ ପ୍ରଶାସନ ଯୋଜନା । ଜିଲ୍ଲାର ବିଭିନ୍ନ ବ୍ଳକଓ ଅଫିସକୁ ଆସୁଥିବା ବ୍ୟକ୍ତିଙ୍କ ଠାରୁ ସେମାନଙ୍କ ଅଭିଯୋଗ ସଂଗ୍ରହ କରାଯାଉଛି ଓ ଏହାର ସମାଧାନ ପାଇଁ ସଠିକ ପଦକ୍ଷେପ ନିଆଯାଉଛି। ଅଭିଯୋଗକାରୀଙ୍କ ଠିକଣା ସଂଗ୍ରହ କରାଯାଇ ସେମାନଙ୍କ ସମସ୍ୟାର ସମାଧାନ ହୋଇଛି କି ନାହିଁ ସେ ସମ୍ପର୍କରେ ଜିଲ୍ଲାପାଳ ନିଜେ ଲୋକଙ୍କୁ ଫୋନ କରି ପଚାରି ବୁଝୁଛନ୍ତି। ଏହି ସେବା ଦ୍ବାରା ସାଧାରଣ ଲୋକେ ଉପଯୁକ୍ତ ସେବା ପାଇପାରିବେ ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ