ଯାଜପୁର: ଆଜି(ଶନିବାର) ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଅଚାନକ ବ୍ୟାସନଗର ପୌର କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବିଭିନ୍ନ ସମୟରେ ପୌର ପରିଷଦର ଡ୍ରେନେଜ, ରାସ୍ତାଘାଟ ଓ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଶେଷ ହେଉଥିବା ଜିଲ୍ଲାପାଳଙ୍କ ନିକଟରେ ସହରବାସୀ ଅଭିଯୋଗ କରିଥିଲେ ।
ଏହାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ରାଠୋର ପୌରପରିଷଦର କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଆଲୋଚନା ପରେ ଜିଲ୍ଲାପାଳ ସହରର ଡ୍ରେନେଜର ସ୍ଥିତି ଓ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ବୁଲି ଦେଖିଥିଲେ । ତେବେ ଏସବୁ ସମସ୍ୟା ଖୁବଶୀଘ୍ର ସମାଧାନ ହେବ ବୋଲି ଜିଲ୍ଲାପାଳ ରାଠୋର ସୂଚନା ଦେଇଛନ୍ତି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ