ଯାଜପୁର: ରାଜ୍ୟରେ କୋରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମୃତ୍ୟୁହାର ରୋକିବା ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପୀ । ଅଧିକରୁ ଅଧିକ ସଂଖ୍ୟକ ପ୍ଲାଜମା ସଂଗ୍ରହ କରି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଉପଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେଥିପାଇଁ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଜିଲ୍ଲାରେ ସୁସ୍ଥ ହୋଇଥିବା ରୋଗୀ ମାନଙ୍କୁ ନିଜର ପ୍ଲାଜମା ଦାନ କରିବାକୁ ନିବେଦନ କରିଛନ୍ତି ।
ବର୍ତ୍ତମାନ ଜିଲ୍ଲାରେ ୯୪୯ ଜଣ କୋରୋନାରୁ ସୁସ୍ଥ ହୋଇ ଘରକୁ ପେଂରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୦ରୁ ଉର୍ଦ୍ଧ୍ବ ରୋଗୀ ପ୍ଲାଜମା ଦେବା ପାଇଁ ସକ୍ଷମ । ସେହି ସୁସ୍ଥମାନଙ୍କୁ ପ୍ଳାଜମା ଦାନ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୨୦ ଜଣ ସ୍ବେଚ୍ଛାସେବୀ ନିଜର ପ୍ଲାଜମା ଦାନ କରିବାକୁ ସହମତି ପ୍ରକାଶ କରିଛନ୍ତି । ଏହି ସଂଖ୍ୟାକୁ ଅଧିକ ବଢ଼ାଇବାକୁ ଜିଲ୍ଲାବାସୀଙ୍କୁ ନିବେଦନ ମଧ୍ୟ କରିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ