ETV Bharat / state

ଯାଜପୁର ଏବଂ ଧର୍ମଶାଳା ବ୍ଲକରେ 1011ଟି ବୁଥରେ ଭୋଟଗ୍ରହଣ

author img

By

Published : Feb 17, 2022, 1:59 PM IST

Updated : Feb 17, 2022, 2:07 PM IST

ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ଯାଜପୁର ଜିଲ୍ଲାର ଯାଜପୁର ଏବଂ ଧର୍ମଶାଳା ବ୍ଲକରେ ସର୍ବମୋଟ 1011ଟି ବୁଥରେ ମତଦାନ ହୋଇଛି। କିଛି ସ୍ଥାନରେ ଗଣ୍ଡଗୋଳ ହୋଇଥିବାବେଳେ ମତଦାନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହୋଇଥିବା କହିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ । ଅଧିକ ପଢନ୍ତୁ

ପ୍ରଥମ ପର୍ଯ୍ୟାୟ ଭୋଟ ଶେଷ: ଯାଜପୁର ଏବଂ ଧର୍ମଶାଳା ବ୍ଲକରେ 1011ଟି ବୁଥରେ ଭୋଟଗ୍ରହଣ

ଯାଜପୁର: ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ଯାଜପୁର ଜିଲ୍ଲାର ଯାଜପୁର ଏବଂ ଧର୍ମଶାଳା ବ୍ଲକରେ ସର୍ବମୋଟ 1011ଟି ବୁଥରେ ମତଦାନ ହୋଇଥିଲା। ଯାଜପୁର ବ୍ଲକରେ 71 ପ୍ରତିଶତ ହୋଇଥିବା ବେଳେ ଧର୍ମଶାଳା ବ୍ଲକରେ 72.8 ପ୍ରତିଶତ ମତଦାନ ହୋଇଛି । ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ଯାଜପୁର ଏବଂ ଧର୍ମଶାଳା ବ୍ଲକରେ 1011ଟି ବୁଥରେ ଭୋଟଗ୍ରହଣ

ତେବେ ମତଦାନ ସମୟରେ ଦୁଇ ବ୍ଲକର ମୋଟ୍ 10 ଗୋଟି ବୁଥରେ ବୁଥ ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ଲକ୍ଷ୍ୟ କରି ଜିଲ୍ଲାପାଳ ଏହି 10 ଟି ବୁଥରେ ସାନି ମତଦାନ ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତ ସୁପାରିଶ କରିଛନ୍ତି।

ଯାଜପୁର ବ୍ଲକ ସୁଜନପୁର ପଞ୍ଚାୟତର 1ନଂ ବୁଥ୍, ଏରବାଙ୍କ ପଞ୍ଚାୟତର 2, 3 ଓ 4ନଂ ବୁଥ୍ , ଝଲପଡା ପଞ୍ଚାୟତର 10ନଂ ବୁଥ୍ ଏବଂ ରୁଦ୍ରପୁର ପଞ୍ଚାୟତର 4,5 ଓ 12 ନମ୍ବର ବୁଥ୍ ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି। ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତର 6 ଓ 7ନଂ ବୁଥ୍ ଓ ଅରାବାଳ ପଞ୍ଚାୟତର 8ନଂ ବୁଥ୍ ଜବରଦଖଲ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି ।

ସେହିପରି ଯାଜପୁର ବ୍ଲକର ଶୁଜୁନପୁର ପଞ୍ଚାୟତରେ 1ନଂ ବୁଥରେ ଭଙ୍ଗାରୁଜା କରି ବାଲାଟ ପେପର ଲୁଟି ନେଇଥିବା ଅଭିଯୋଗ ହୋଇଥିବା ବେଳେ ଏହି ବ୍ଲକର ଏରବାଙ୍କ ପଞ୍ଚାୟତର 2, 3 ଓ 4ନଂ ବୁଥରେ କିଛି ଅଜଣା ଦୁର୍ବୃତ୍ତ ବୋମାମାଡ଼ କରି ହିଂସାକାଣ୍ଡ ଭିଆଇଥିଲେ । ସେହିପରି ରୁଦ୍ରପୁର ପଞ୍ଚାୟତରେ ଏକ ସଙ୍ଗେ ଏକାଧିକ ଭୋଟର ବୁଥ ମଧ୍ଯରେ ପ୍ରବେଶ କରି ବାଲଟ ବାକ୍ସରେ ଭୋଟ ଦେଉଥିବା ଏକ ଭିଡିଓ ଭାଇରାଲ ହୋଇଥିଲା । ତେବେ ହିଂସାକାଣ୍ଡରେ ସାମିଲ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Feb 17, 2022, 2:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.