ETV Bharat / state

ଫିଲ୍ମରେ କୋରୋନା ସଚେତନତା, ବିଶ୍ବରେ ଓଡିଆ ପୁଅଙ୍କ କମାଲ

author img

By

Published : Jun 13, 2020, 10:51 PM IST

ପ୍ରତିଭା କେବେ ହେଲେ ମଉଳିଯାଏ ନାହିଁ । ଯେତେ ଭିତରେ ଲୁଚି ରହିଲେ ମଧ୍ୟ ଦିନେ ନା ଦିନେ ସେ ଫୁଟି ବାହାରେ । ଆଉ ସେପରି ଜଣେ ପ୍ରତିଭାବାନ ଯୁବକ ହେଲେ ହିତେଶ । କୋରୋନା ମହାମାରୀ ସମ୍ପର୍କରେ ଆଜି ତାଙ୍କର ଫିଲ୍ମ ସାରା ବିଶ୍ବରେ ଚର୍ଚ୍ଚିତ । ଅଧିକ ପଢନ୍ତୁ...

ଫିଲ୍ମରେ କୋରୋନା ସଚେତନତା, ବିଶ୍ବରେ ଓଡିଆ ପୁଅଙ୍କ କମାଲ
ଫିଲ୍ମରେ କୋରୋନା ସଚେତନତା, ବିଶ୍ବରେ ଓଡିଆ ପୁଅଙ୍କ କମାଲ

ଯାଜପୁର: କୋରୋନା ସଂକ୍ରମଣରୁ ଦେଶ ଓ ସମାଜକୁ ରକ୍ଷା କରିବା ପାଇଁ ଜନସଚେତନତାର ଆବଶ୍ୟକତା ରହିଛି । ଏଥିପାଇଁ ସରକାରଙ୍କଠାରୁ ସେଲିବ୍ରିଟି ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଯେଉଁ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଅନେକ ଛାତ୍ର ଓ ଯୁବକ । ଆଉ ଏମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଯାଜପୁର ବ୍ୟାସନଗରର ହିତେଶ କୁମାର । ପ୍ରତିଭା କେବେ ହେଲେ ମଉଳିଯାଏ ନାହିଁ । ଯେତେ ଭିତରେ ଲୁଚି ରହିଲେ ମଧ୍ୟ ଦିନେ ନା ଦିନେ ସେ ଫୁଟି ବାହାରେ । ଆଉ ସେପରି ଜଣେ ପ୍ରତିଭାବାନ ଯୁବକ ହେଲେ ହିତେଶ । କୋରୋନା ମହାମାରୀ ସମ୍ପର୍କରେ ଆଜି ତାଙ୍କର ଫିଲ୍ମ ସାରା ବିଶ୍ବରେ ଚର୍ଚ୍ଚିତ । ଅନ୍ତର୍ଜାତୀୟ ପୁରସ୍କାର ଜିତିବା ସହ ସାଉଁଟୁଛନ୍ତି ଅନେକ ପ୍ରଶଂସା । ଛୁଟିଛି ସମ୍ବର୍ଦ୍ଧନାର ସୁଅ । ଓଡିଆ ପୁଅ ଭାବେ ପୁରା ଦୁନିଆରେ ରାଜ୍ୟର ଟେକ ରଖିଛନ୍ତି ହିତେଶ । କୋରୋନା ସଚେତନତା ପାଇଁ ନିର୍ମାଣ କରିଥିଲେ ଡକ୍ୟୁମେଣ୍ଟାରୀ ଫିଲ୍ମ । ଏଥିରେ କୋଭିଡ 19 ଯୋଦ୍ଧାଙ୍କୁ କରିଥିଲେ ଉତ୍ସାହିତ । ଆଉ ତାଙ୍କ ଉଦ୍ୟମକୁ ସମ୍ମାନ ଜଣାଇ ପୁରସ୍କାର ଦେଇଛି ଓରିଫର୍ମ । ଅନଲାଇନ ପ୍ରତିଯୋଗିତାରେ କୋଭିଡ 19 ଇଣ୍ଟରନ୍ୟାସନାଲ ଫିଲ୍ମଫେୟାର ଆୱାର୍ଡ ଜିତିଛି ହିତେଶଙ୍କ ଫିଲ୍ମ ।

କୋରୋନା ଭଳି ସଙ୍କଟମୟ ପରିସ୍ଥିତିରେ ଜନସଚେତନତା ସୃଷ୍ଟି କରିବାକୁ ପ୍ରସ୍ତୁତ କରିଥିଲେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ । ଏଥିରେ ସେ ପୋଲିସ, ସ୍ଵାସ୍ଥ୍ୟ କର୍ମୀ, ସାମ୍ବାଦିକ, ସଫେଇ କର୍ମଚାରୀ ଓ ବିଭିନ୍ନ ବର୍ଗର ଲୋକଙ୍କୁ ଉତ୍ସାହିତ କରିଥିଲେ । ଓରିଫର୍ମ ଅନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ଏହାକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଚୟନ କରାଯାଇଛି । ଏହାସହ ଶ୍ରେଷ୍ଠ ନିର୍ଦ୍ଦେଶକ, ଶିଶୁ କଳାକାର, ନୂତନ ନିର୍ଦ୍ଦେଶକ, ସମ୍ପାଦନା ଇତ୍ୟାଦି ବିଭାଗରେ ମଧ୍ୟ ଏହା ପୁରସ୍କାର ପାଇଛି । ଏପ୍ରିଲ ୨୮ରୁ ଜୁନ ୩ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା କୋଭିଡ 19 ଅନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବ । ଏହାର ଉଦ୍ଦେଶ୍ୟ ଥିଲା ଯେ ଏହିପରି ଘଡିସନ୍ଧି ସମୟରେ କିପରି ଚଳଚିତ୍ର ମଧ୍ୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ଆଣିହେବ । ଦେଶ ବିଦେଶରୁ ଫିଲ୍ମ ନିର୍ମାତାଙ୍କୁ ଏକାଠି କରି ଏକତା ହି ବଳ ମନୋଭାବ ଜାଗ୍ରତ କରିବା ସହ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଦେଇହେବ । ସେହିପରି ପେସାଦାର ଫିଲ୍ମ ନିର୍ମାତାଙ୍କ ସଂଯୋଗ ସ୍ଥାପନ କରିବା, ଯୁବପିଢିର ନିର୍ମାତାଙ୍କୁ ଶିକ୍ଷା ଦେବା ଏବଂ ପ୍ରାମାଣିକ ଚଳଚ୍ଚିତ୍ର ଦୁନିଆରେ ଓଡିଶାର ନାମ ଆଗକୁ ଆଣିବା ଉଦ୍ଦେଶ୍ୟ ନେଇ ଓରିଫାର୍ମ ଡଟ କମ ଏହାକୁ ଆୟୋଜନ କରିଥିଲା ।

ଅନଲାଇନରେ ଏହି ଉତ୍ସବ ପାଇଁ ଆବେଦନ ସହ ଫଳାଫଳ ମଧ୍ୟ ଘୋଷଣା ହୋଇଥିଲା । ପ୍ରତିଯୋଗିତାରେ ବିଦେଶରୁ ଥିଲା ୫୩୩ଟି ଚଳଚିତ୍ର । ଇରାନ, ଓମାନ, କଙ୍ଗୋ, ଦୁବାଇ, ଆଫଗାନିସ୍ତାନ, ଫ୍ରାନ୍ସ, ପର୍ତ୍ତୃଗାଲ, ଇଟାଲୀ, ନରୱେ ଓ ଆମେରିକା ଭଳି ଦେଶରୁ ଭାଗ ନେଇଥିଲେ ପ୍ରତିଯୋଗୀ । ଭାରତରୁ ଭାଗ ନେଇଥିଲେ 240 ଫିଲ୍ମ । ସେଥିରେ ଓଡିଶାରେ ଥିଲା 30ଟି ସିନେମା । ଆଉ ସମସ୍ତଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି ହିତେଶ । ଏହାକୁ ସମସ୍ତେ କରିଛନ୍ତି ତାରିଫ । ଭାରତ ୨୦ଟି ବିଜେତା ହୋଇଥିବା ବେଳେ ଓଡିଶା ୧୦ ବିଭାଗରେ ପୁରସ୍କାର ଜିତିଛି । ଭାରତର ଓଡିଶା ସମେତ ମଣିପୁର, ମୁମ୍ବାଇ, ଦିଲ୍ଲୀ ଓ ପଶ୍ଚିମବଙ୍ଗରୁ ବିଜେତା ହୋଇଛନ୍ତି ।

କଳାକାର ପରିବାରରେ ଜନ୍ମ ତାଙ୍କର । ମାଆ ଜଣେ ଚିତ୍ରଶିଳ୍ପୀ । ମାଉସୀ ଜଣେ କଣ୍ଠଶିଳ୍ପୀ । ସ୍ଵର୍ଗବାସୀ ଅଜା ମଧ୍ୟ ଜଣେ ସୁନାମଧନ୍ୟ ତବଲା ବାଦକ । ପିଲାଟି ଦିନୁ ପାଠପଢା ସହିତ ଫଟୋଗ୍ରାଫି ବା ଭିଡିଓଗ୍ରାଫି ପ୍ରତି ହିତେଶଙ୍କର ଥିଲା ଆକର୍ଷଣ । ଆଜି ସାରା ଓଡିଶା ଓ ପ୍ରତିଟି ଓଡିଆ ପାଇଁ ପାଲଟିଛନ୍ତି ଗର୍ବ ଓ ଗୌରବ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭ ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.