ETV Bharat / state

ଅନିୟମିତତା ଓ ଅବହେଳା କବଳରେ ଦାନଗଦି ପ୍ରାଣୀଧନ ଚିକିତ୍ସାଳୟ

ଦାନଗଦି ପ୍ରାଣୀଧନ ଚିକିତ୍ସାଳୟ ଡାକ୍ତର ଓ କର୍ମଚାରୀ ଅଭାବରୁ ସ୍ଥାନୀୟ ଅଞ୍ଚଳର ପଶୁପକ୍ଷୀ ଚିକିତ୍ସା ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।

author img

By

Published : Jul 6, 2019, 7:58 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଜିଲ୍ଲାର ଦାନଗଦି ବ୍ଲକ ହେଡକ୍ବାର୍ଟରରେ ରହିଛି ଦାନଗଦି ପ୍ରାଣୀଧନ ଚିକିତ୍ସାଳୟ । ହେଲେ ଡାକ୍ତର ଓ କର୍ମଚାରୀ ଅଭାବରୁ ସ୍ଥାନୀୟ ଅଞ୍ଚଳର ପଶୁପକ୍ଷୀ ଚିକିତ୍ସା ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି । ଫଳରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେବେ ଗ୍ରାମବାସୀଙ୍କ ଏହି ସମସ୍ୟା ଆଜି କିମ୍ବା କାଲିର ନୁହେଁ । ପ୍ରାୟ 3-4 ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି । ଡାକ୍ତରଖାନାରେ ଜଣେ ମାତ୍ର ଡାକ୍ତରଙ୍କ ସହ ଜଣେ ପିଅନ ରହିଛନ୍ତି । ହେଲେ ଚିକିତ୍ସାଳୟରେ କେତେବେଳେ ଡାକ୍ତର ରହୁନାହାଁନ୍ତି ତ ଆଉ କେତେବେଳେ କର୍ମଚାରୀ । ଯଦ୍ବାରା ଅନେକ ପଶୁପକ୍ଷୀ ଚିକିତ୍ସା ଅଭାବରୁ ଅକାଳରେ ମୃତ୍ୟୁବରଣ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏଭଳି ସ୍ଥିତିରେ ଚିକିତ୍ସାଳୟରେ ସ୍ଥାୟୀ ଡାକ୍ତର ଏବଂ କର୍ମଚାରୀ ପାଇଁ ଦାବି କରିଛନ୍ତି ସ୍ଥାନୀୟବାସୀ । ସେପଟେ ଏହି ବ୍ଲକ ଅଧୀନରେ ଥିବା କେତେକ ଚିକିତ୍ସାଳୟରେ ଡାକ୍ତର ନଥିବାରୁ ଏହି ଡାକ୍ତରଙ୍କୁ ଅନ୍ୟ କାର୍ଯ୍ୟରେ ନିୟୋଜିତ କରାଯାଉଥିବା କହିଛନ୍ତି ପ୍ରାଣୀଧନ ଚିକିତ୍ସକ । ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିୟୋଜିତ ହେଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ । ଏସମ୍ପର୍କରେ ସେ ନିଜ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଛନ୍ତି । ଖୁବ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.