ETV Bharat / state

ଯାଜପୁରରେ ଇଦ୍ ପାଳନ, ଘରେ ରହି ନମାଜ ପଢିଲେ ମୁସଲିମ୍ ଭାଇ-ଭଉଣୀ

ପ୍ରତ୍ୟେକ ମସଜିଦରେ କୋଭିଡ କଟକଣା ଭିତରେ ପାଳନ ହେଉଛି ପବିତ୍ର ଇଦ୍ ପର୍ବ। କୋରୋନାର ଦ୍ବିତୀୟ ଲହରରେ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଯାଜପୁରରେ ଇଦ୍ ପାଳନ, ଘରେ ରହି ନମାଜ ପଢିଲେ ମୁସଲିମ୍ ଭାଇ-ଭଉଣୀ
ଯାଜପୁରରେ ଇଦ୍ ପାଳନ, ଘରେ ରହି ନମାଜ ପଢିଲେ ମୁସଲିମ୍ ଭାଇ-ଭଉଣୀ
author img

By

Published : May 14, 2021, 9:31 AM IST

ଯାଜପୁର: ପ୍ରତ୍ୟେକ ମସଜିଦରେ କୋଭିଡ କଟକଣା ଭିତରେ ପାଳନ ହେଉଛି ପବିତ୍ର ଇଦ୍ ପର୍ବ। କୋରୋନାର ଦ୍ବିତୀୟ ଲହରରେ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ କୌଣସି ମସଜିଦକୁ ମୁସଲମାନ ଭାଇମାନଙ୍କ ପ୍ରବେଶ ବାରଣ କରାଯାଇଛି।

ଯାଜପୁରରେ ଇଦ୍ ପାଳନ, ଘରେ ରହି ନମାଜ ପଢିଲେ ମୁସଲିମ୍ ଭାଇ-ଭଉଣୀ

ନିଜନିଜ ଘରେ ରହି ନମାଜ ପଢିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଏହାର ପ୍ରଭାବ ଜିଲ୍ଲାର ବିଂଝାରପୁର, ବ୍ରହ୍ମପଦା, ବରୀ, ବଡ଼ଚଣା, କୋରେଇ, ଯାଜପୁର ସଦର, ଧର୍ମଶାଳା, ସୁକିନ୍ଦା ଓ ଅହମ୍ମଦନଗର ଓ ନିୟୁମାର୍କେଟ ମସଜିଦରେ ଦେଖିବାକୁ ମିଳିଛି ।

ଏହି ମସଜିଦରେ କେବଳ ମୌଲବୀଙ୍କ ସମେତ ୭ ଜଣରୁ ୧୦ ଜଣ କର୍ମକର୍ତ୍ତା ଉପସ୍ଥିତ ରହି ଇଦ୍ ପାଳନ କରୁଥିବା ଦେଖିବାକୁ ମିଳିଛି । ସେପଟେ ମନରେ ଦୁଃଖ ଥିଲେ ବି ସମସ୍ତ ମୁସଲମାନ ସମ୍ପ୍ରଦାୟ ବ୍ୟକ୍ତି ଏହି କୋଭିଡ ନିୟମ ମାନୁଥିବା ଦେଖିବାକୁ ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.