ETV Bharat / state

ଧାନ ବିଲ କାଦୁଅରୁ 11 ବ୍ୟାରେଲ ଭର୍ତ୍ତି ମଦ ଜବତ - ଯାଜପୁରରୁ ବିପୁଳ ପରିମାଣର ମଦ ଜବତ

ଧାନ ବିଲ କାଦୁଅ ମଧ୍ୟରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରିଛି ଯାଜପୁର ବଡଚଣା ପୋଲିସ । ଦେଶୀ ମଦ ଭର୍ତ୍ତି 11ଟି ବ୍ୟାରେଲ ମଧ୍ୟରେ ପ୍ରାୟ 440 ଲିଟର ଦେଶୀ ମଦ ଜବତ ହୋଇଛି। ଅଧିକ ପଢନ୍ତୁ...

ଧାନ ବିଲ କାଦୁଅରୁ ବିପୁଳ ପରିମାଣର ମଦ ଜବତ
ଧାନ ବିଲ କାଦୁଅରୁ ବିପୁଳ ପରିମାଣର ମଦ ଜବତ
author img

By

Published : Oct 17, 2020, 4:33 PM IST

ଯାଜପୁର: ଶନିବାର ବଡଚଣା ପୋଲିସ ମଙ୍ଗରାଜପୁର ଗ୍ରାମ ଧାନ ବିଲ କାଦୁଅ ମଧ୍ୟରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରିଛି । ଏଠାରେ ଏତେ ପରିମାଣର ମଦ ଲୁଚାଇ ରଖିଥିବା ବ୍ୟକ୍ତିକୁ ପୋଲିସ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଧାନ ବିଲ କାଦୁଅରୁ ବିପୁଳ ପରିମାଣର ମଦ ଜବତ

ବଡଚଣା ଥାନା ଅନ୍ତର୍ଗତ ସିହା ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ଧାନ ବିଲ କାଦୁଅ ମଧ୍ୟରେ ଦେଶୀମଦ ଲୁଚାଇ ରଖିଥିବାର ସଂପର୍କରେ କୌଣସି ସୂତ୍ରରୁ ପୋଲିସ ଖବର ପାଇଥିଲା । ଥାନା ଅଧିକାରୀ ପ୍ରିୟବ୍ରତ ରାଉତଙ୍କ ନେତୃତ୍ବରେ ଏକ ଟିମ ଚଢାଉ କରି ଦେଶୀ ମଦ ଭର୍ତ୍ତି 11ଟି ବ୍ୟାରେଲ ଜବତ କରିଛି। ଏହି 11ଟି ବ୍ୟାରେଲ ମଧ୍ୟରେ ପ୍ରାୟ 440ଲିଟର ଦେଶୀ ମଦ ଥିବା ପୋଲିସ ସୂଚନା ଦେଇଛି ।

ତେବେ ଏତେ ପରିମାଣରେ ଦେଶୀ ମଦ କିଏ ରଖିଥିଲା ଏବଂ କେଉଁଠାରୁ ଏହା ଆସିଥିଲା ଏ ସଂପର୍କରେ ପୋଲିସ ତନାଘନା ଆରମ୍ଭ କରିଥିବା ଜଣାପଡିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.