ETV Bharat / state

ଯୁବକଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ହାତିବାରି ଗ୍ରାମବାସୀ ଏସପିଙ୍କ ଦ୍ବାରସ୍ଥ - ଯାଜପୁର ଏସ୍‌ପିଙ୍କୁ ଭେଟିଲେ ହାତବାରି ଗ୍ରାମବାସୀ

ହାତିବାରି ଗାଁରେ ଯୁବକଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଯାଜପୁର ଏସପିଙ୍କୁ ଭେଟି ସଠିକ ତଦନ୍ତ ଦାବି କଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ଯୁବକଙ୍କର ଆତ୍ମହତ୍ୟା ଘଟଣାକୁ ନେଇ ହାତିବାରି ଗ୍ରାମବାସୀ ଏସପିଙ୍କ ଦ୍ବାରସ୍ଥ

author img

By

Published : Mar 26, 2022, 9:37 AM IST

ଯାଜପୁର: ହାତିବାରି ଗାଁରେ ଯୁବକଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଯାଜପୁର ଏସପିଙ୍କୁ ଭେଟି ସଠିକ ତଦନ୍ତ ଦାବି କଲେ ଗ୍ରାମବାସୀ । ଗତ ମାର୍ଚ୍ଚ ୧୮ ତାରିଖରେ ସୁକିନ୍ଦା ଥାନା ହାତିବାରି ଗାଁରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ପଦ୍ମନାଭ ନାୟକଙ୍କ ପୁଅ ପ୍ରହ୍ଲାଦ ନାୟକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହାକୁ ହତ୍ୟା ସନ୍ଦେହ କରି ପ୍ରହ୍ଲାଦଙ୍କ ବାପା ପଦ୍ମନାଭ ସୁକିନ୍ଦା ଥାନାରେ ଏତଲା ଦେଇଥିଲେ ।

ଯୁବକଙ୍କର ଆତ୍ମହତ୍ୟା ଘଟଣାକୁ ନେଇ ହାତିବାରି ଗ୍ରାମବାସୀ ଏସପିଙ୍କ ଦ୍ବାରସ୍ଥ

ପୋଲିସ ଏହି ଘଟଣାର ତଦନ୍ତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ତେବେ ସୁକିନ୍ଦା ଥାନା ଅଧିକାରୀ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ହାତିବାରି ଗାଁର ବରିଷ୍ଠ ବୃଦ୍ଧିଜୀବି ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ଏସପି ରାହୁଲ ପିଆରଙ୍କୁ ଭେଟି ସଠିକ ତଦନ୍ତ ପାଇଁ ଦାବି କରିଛନ୍ତି । ସେପଟେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ରାହୁଲ ପିଆର ପ୍ରତିଶ୍ରୁତି ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.