ETV Bharat / state

ବନ୍ଦଘରୁ ମହିଳାଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଯାଜପୁର ବ୍ୟାସନଗରରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

ବନ୍ଦଘରୁ ମହିଳାଙ୍କ ମୃତଦେହ ଉଦ୍ଧାର
ବନ୍ଦଘରୁ ମହିଳାଙ୍କ ମୃତଦେହ ଉଦ୍ଧାର
author img

By

Published : Nov 27, 2020, 8:05 PM IST

ଯାଜପୁର: ଜିଲ୍ଲାସ୍ଥିତ ବ୍ୟାସନଗରରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏଥିସହ ଶନିବାର ପୋଷ୍ଟମଟମ ରିପୋର୍ଟ ଆସିବା ପରେ ମତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି ।

ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ବ୍ୟାସନଗର ମ୍ୟୁନିସିପାଲିଟି ଅନ୍ତର୍ଗତ 26 ନମ୍ବର ୱାର୍ଡ ମୁଣ୍ଡମାଳ ଡାଇ ସାହିର ଟୀକିନା ଦାସଙ୍କ ସ୍ତ୍ରୀ ମାନା ଦାସଙ୍କ ଝୁଲନ୍ତା ମୃତଦେହ ଆଜି(ଶୁକ୍ରବାର) ଉଦ୍ଧାର କରାଯାଇଛି । ଟୀକିନା ଡ୍ରାଇଭର କାମ କରନ୍ତି । ସେ ଘରକୁ ଫେରିବା ବେଳକୁ ମୀନା ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ । ଏନେଇ ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ହେଲେ ଆଜି ସନ୍ଧ୍ୟା ହୋଇଯାଇଥିବାରୁ ମୃତଦେହ ଉଦ୍ଧାର କରିନାହିଁ ପୋଲିସ । ସକାଳ ହେଲେ ମାଜିଷ୍ଟ୍ରେଟଙ୍କ ଅନୁମତି କ୍ରମେ ମୃତଦେହ ଉଦ୍ଧାର କରାଯିବ ବୋଲି ପୋଲିସ କହିଛି ।

ସେପର୍ଯ୍ୟନ୍ତ ଘଟଣାସ୍ଥଳରେ 2 ଜଣ ପୋଲିସଙ୍କୁ ମୁତୟନ କରାଯାଇଛି । ଅନ୍ୟପଟେ ପୋଷ୍ଟମଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.