ଯାଜପୁର: ମଙ୍ଗଳପୁର ଥାନା ଅର୍ନ୍ତଗତ ଗଣପତି ପାଟଣା ଗ୍ରାମରେ ଏକ ବିଲ ମଧ୍ୟରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ରବିବାର ବିଲ ମଝିରେ ଥିବା ଏକ ବରଗଛରେ ଦୁଇଟି ମୃତଦେହ ଝୁଲୁଥିବା ଦେଖି ଗ୍ରାମବାସୀ ଦେଖିଥିଲେ । ଏହାପରେ ସଙ୍ଗେସଙ୍ଗେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ପ୍ରତାପ ଦାସ ଓ ଯୁବତୀ ଜଣକ ପଡ଼ୋଶୀ ଗ୍ରାମର ଲିପିକା ରାଉଳ ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରୁ ଏକ ଏୟାର ବ୍ୟାଗ, ସିନ୍ଦୁର ଡବା, ଜୋତା ଆଦି ପୋଲିସ ଜବତ କରିଛି । ଏହା ପ୍ରେମ ଜନିତ ଆତ୍ମହତ୍ୟା ବୋଲି ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି । ତେବେ ଏହାକୁ ନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।
ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତଦେହ ଦ୍ବୟର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ କିଛି ତଥ୍ୟ ମିଳି ପାରିବ ବୋଲି ମଙ୍ଗଳପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ