ETV Bharat / state

ବାହାଘର ପୂର୍ବଦିନ ଚାଲିଗଲା ବର ଜୀବନ

ରାତି ପାହିଲେ ହୋଇଥାନ୍ତା ବାହାଘର । ପୁଅକୁ ବର ବେଶରେ ଦେଖିବା ପାଇଁ ସରିଥିଲା ସବୁ ପ୍ରସ୍ତୁତି। ହେଲେ ବାହାଘରର ଗୋଟିଏ ଦିନ ପୂର୍ବରୁ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ଯୁବକ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଥାଲକୁଡି ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।

author img

By

Published : Feb 13, 2021, 1:13 PM IST

ବାହାଘର ପୂର୍ବଦିନ ଚାଲିଗଲା ବର ଜୀବନ
ବାହାଘର ପୂର୍ବଦିନ ଚାଲିଗଲା ବର ଜୀବନ

ଯାଜପୁର: ରାତି ପାହିଲେ ହୋଇଥାନ୍ତା ବାହାଘର । ପୁଅକୁ ବର ବେଶରେ ଦେଖିବା ପାଇଁ ସରିଥିଲା ସବୁ ପ୍ରସ୍ତୁତି। ହେଲେ ଦଇବ ଦାଉ ସାଜିଲା । ଆଉ ପାଲିଙ୍କି ବଦଳରେ ଉଠିଲା କୋକେଇ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଥାଲକୁଡି ପଞ୍ଚାୟତରେ।

ବାହାଘର ପୂର୍ବଦିନ ଚାଲିଗଲା ବର ଜୀବନ

ବାହାଘରର ଗୋଟିଏ ଦିନ ପୂର୍ବରୁ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ଯୁବକ । ଦୀପକ ଗୁଜୁରାଟର ଏକ ଘରୋଇ ସଂସ୍ଥାରେ କାମ କରୁଥିବାବେଳେ କିଛି ଦିନ ହେବ ବାହାଘର ପାଇଁ ଗାଁକୁ ଆସିଥିଲେ । ଶୁକ୍ରବାର ତାଙ୍କର ବାହାଘର ଥିବାରୁ ଗୁରୁବାର ବାଇକ ଯୋଗେ କଟକରୁ ପୋଷାକ କିଣି ଫେରୁଥିଲେ, ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ବଡଚଣା ଥାନା ବନ୍ଦାଳୋ ନିକଟରେ ଏକ ଟ୍ରକ ଧକ୍କାରେ ଲିଭି ଯାଇଥିଲା ଦୀପକଙ୍କ ଜୀବନ ଦୀପ ।

ବାହାଘର ପାଇଁ ଘରେ ବନ୍ଧୁବାନ୍ଧବଙ୍କ ଭିଡ ଲାଗିଥିବା ବେଳେ ଶୋକାକୂଳ ପରିବେଶ ସବୁ ଯେପରି ଶାନ୍ତ କରି ଦେଇଛି । ଏକ ମାତ୍ର ପୁଅକୁ ହରାଇ ମାଆ ବାହୁନି କାନ୍ଧୁଥିବା ବେଳେ ପୁଅକୁ ମୁଖାଗ୍ନି ଦେଇ ନୀରବି ଯାଇଛନ୍ତି ବାପା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.