ETV Bharat / state

ବିଭିନ୍ନ ମନ୍ଦିରରୁ ମୂର୍ତ୍ତୀ ଚୋରୀ ଘଟଣା: 4 ଗିରଫ, 31ଟି ଦୁର୍ଲଭ ମୂର୍ତ୍ତୀ ଉଦ୍ଧାର

author img

By

Published : Mar 4, 2023, 1:49 PM IST

ଯାଜପୁର ଜିଲ୍ଲାର ବିଭିନ୍ନ ମନ୍ଦିରରୁ ମୂର୍ତ୍ତୀ ଚୋରୀ ଘଟଣା । 31ଟି ଦୁର୍ଲଭ ମୂର୍ତ୍ତୀ ଉଦ୍ଧାର ଏବଂ 4 ଜଣ ମୂର୍ତ୍ତୀ ଚୋରଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଯାଜପୁରରେ ମୂଲ୍ୟବାନ ଅଷ୍ଟଧାତୁ ମୁର୍ତ୍ତି ଚୋରି

ଯାଜପୁର: ଯାଜପୁର ପୋଲିସ ହାତରେ ମୂର୍ତ୍ତୀ ଚୋର ଗ୍ୟାଙ୍ଗ । ପୋଲିସ 4 ମୂର୍ତ୍ତୀ ଚୋରଙ୍କୁ ଗିରଫ କରିବା ସହ ସହ 31ଟି ଦୁର୍ଲଭ ମୂର୍ତ୍ତୀ ଉଦ୍ଧାର କରିଛି । ଏହାସହ ବନ୍ଧୁକ, ଅଫୁଟା ଗୁଳି ଓ ଗାଡି ଜବତ କରିଛି ପୋଲିସ । ତେବେ ନିକଟରେ ଯାଜପୁର ଜିଲ୍ଲା ଜେନାପୁର ଥାନା ଅଞ୍ଚଳରୁ ଦୁଇଟି ମନ୍ଦିର ଏବଂ ଯାଜପୁର ଟାଉନ ଥାନା ଅଞ୍ଚଳର ଏକ ମନ୍ଦିରରୁ ଗତ ମାସରେ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତୀ ଚୋରି ହୋଇଥିଲା । ଏନେଇ ଚୋରି ସାମଗ୍ରୀ ଗୁଡିକ ଉଭୟ ଜେନାପୁର ପୁଲିସ ଏବଂ ଯାଜପୁର ଟାଉନ ପୋଲିସ ସାହାଯ୍ୟରେ ଉଦ୍ଧାର କରାଯାଇଛି ।

ସୂଚନା ମୁତାବକ, ଗତ ଡିସେମ୍ବର ମାସ ୧୧ ତାରିଖରେ ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ସ୍ଥିତ ବଳଦେବଜୀଉ ମନ୍ଦିରରୁ ବହୁ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତୀ ଚୋରି ହୋଇଥିବା ବେଳେ ଏନେଇ ଧର୍ମଶାଳା ପୋଲିସ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଏହାପରେ ଗତ ଫେବୃଆରୀ ମାସ ୨୦ ତାରିଖ ରାତ୍ରିରେ ଜେନାପୁର ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ମନ୍ଦିର ଏବଂ ଯାଜପୁର ଟାଉନ ଥାନା ଅନ୍ତର୍ଗତ ରଘୁନାଥ ଜୀଉ ମନ୍ଦିରରୁ ବହୁ ମୂର୍ତ୍ତୀ ଚୋରି ହୋଇଥିଲା ।

ଏହାକୁ ନେଇ ଜେନାପୁର ପୋଲିସ ଧାରା ୪୫୭/୩୮୦ରେ ଏକ ମାମଲା ଏବଂ ଯାଜପୁର ଟାଉନ ପୋଲିସ ଧାରା ୪୫୭/୩୮୦ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା । ଆଜି ଏହି ଚୋରି ଘଟଣାରେ ସଂପୃକ୍ତ ଥିବା ଚାରିଜଣ ଚୋରଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଜେନାପୁର ମନ୍ଦିର ଏବଂ ଯାଜପୁର ଟାଉନ ମନ୍ଦିରରୁ ଚୋରି ହୋଇଥିବା ୩୧ ଗୋଟି ଅଷ୍ଟଧାତୁ ମୂର୍ତ୍ତୀ, ବନ୍ଧୁକ, ଜବତ କରାଯାଇଛି । ଗିରଫ ହୋଇଥିବା ୩ ଜଣ ବ୍ୟକ୍ତି ଉତ୍ତରପ୍ରଦେଶର ହୋଇଥିବା ବେଳେ ଜଣେ ବାଲେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ତେବେ ଗିରଫ ହୋଇଥିବା ଚୋର ମାନେ ହେଲେ ଉତ୍ତର ପ୍ରଦେଶ ଅଞ୍ଚଳର ଅରବିନ୍ଦ କୁମାର ସିଂହ, ବାବର ଜାଭେଦ, ବିଜୟ ଶୁକ୍ଳା ଓ ବାଲେଶ୍ବର ଅଞ୍ଚଳର ଶଶିଧର ନାୟକ ବୋଲି ଜଣାପଡ଼ିଛି । ଚୋରି ହୋଇଥିବା ମୂର୍ତ୍ତୀ ଗୁଡ଼ିକ ଉତ୍ତର ପ୍ରଦେଶରେ ବିକ୍ରି କରାଯାଉଥିଲା। ଗିରଫ ହୋଇଥିବା ଚୋର ମାନେ ଧର୍ମଶାଳାର ମୂର୍ତ୍ତୀ ଚୋରି ମାମଲା ସହ ଅନ୍ୟ ଜିଲ୍ଲାର ମୂର୍ତ୍ତୀ ଚୋରି ମାମଲାରେ ମଧ୍ୟ ସଂପୃକ୍ତ ଥିବାର ସନ୍ଦେହ କରାଯାଉଛି । ତେବେ ଏହାକୁ ନେଇ ଅଧିକ ତଦନ୍ତ ଜାରି ରହିଥିବା ନେଇ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟାଳୟରେ ଏସପି ଭିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ଆଜିର ଏହି ସମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି, ଏସଡିପିଇଓ,ଜେନାପୁର, ଧର୍ମଶାଳା, ଯାଜପୁର ଟାଉନ ଓ ପାଣିକୋଇଲି ଥାନାର ଅଧିକାରୀ ଓ ଅଧିକାରିଣୀ ଉପସ୍ଥିତ ଥିଲେ । ତେବେ ଏହି ଘଟଣାର ମାଷ୍ଟର ମାଇଣ୍ଡ ଥିବା ବ୍ୟକ୍ତି ଗିରଫ ହୋଇନଥିବା ସୂଚନା ମିଳିଛି । ତେବେ ଅଧିକ ସୂଚନା ପାଇଁ ଏହି ଅଭିଯୁକ୍ତଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ରିମାଣ୍ଡରେ ଆଣିପାରେ l ସେପଟେ କୋଭିଡ ଟେଷ୍ଟ ପରେ 4 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ସମସ୍ତ ଅଭିଯୁକ୍ତଙ୍କର ବେଲ ଖାରଜ ହେବା ପରେ ସେମାନଙ୍କୁ ଯାଜପୁର ଟାଉନ ଜେଲକୁ ପଠାଇ ଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.