ETV Bharat / state

ଆହାର କେନ୍ଦ୍ରରେ ବଡବଡିଆଙ୍କ ଭିଡ଼, ଖାଦ୍ୟ ପାଉନାହାନ୍ତି ଅସହାୟ !

author img

By

Published : Dec 16, 2022, 3:56 PM IST

Updated : Dec 17, 2022, 6:48 AM IST

ବ୍ୟାସନଗରରେ ଫେଲ ମାରିଛି ରାଜ୍ୟ ସରକାରଙ୍କ ଆହାର ଯୋଜନା l ଏଠାରେ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଖାଦ୍ୟ ସରିଯାଉଛି ଖାଦ୍ୟ । ଗରିବଙ୍କ ବଦଳରେ ବଡବଡିଆ ଖାଦ୍ୟ ଖାଉଥିବା ଅଭିଯୋଗ । ଫଳରେ ପାଞ୍ଚ ଟଙ୍କିଆ ମିଲ ଖାଇବାରୁ ବଞ୍ଚିତ ହେଉଛନ୍ତି ଗରିବ ଓ ଅସହାୟ ବ୍ୟକ୍ତିଟିଏ । ଅଧିକ ପଢନ୍ତୁ

ଆହାର କେନ୍ଦ୍ରରେ ବଡବଡିଆଙ୍କ ଭିଡ
ଆହର କେନ୍ଦ୍ରରେ ବଡବଡିଆଙ୍କ ଭିଡ
ଆହାର କେନ୍ଦ୍ରରେ ବଡବଡିଆଙ୍କ ଭିଡ

ଯାଜପୁର: ବଡ଼ବଡ଼ୁଆଙ୍କ ପାଇଁ ହୋଟେଲ ପାଲଟିଛି 5 ଟଙ୍କିଆ ଆହାର କେନ୍ଦ୍ର । ନିଜେ ଯାହା ଖାଉଛନ୍ତି ତାହା ପରେ ପାର୍ସଲ କରି ବି ନେଇ ଯାଉଛନ୍ତି । ଯାଜପୁର ଜିଲ୍ଲା ବ୍ୟାସନଗରରେ ଥିବା ଏକ ଆହାର କେନ୍ଦ୍ରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଗରିବ ଓ ଅସହାୟଙ୍କ ପେଟର ଭୋକ ମେଣ୍ଟାଇବାକୁ ରାଜ୍ୟ ସରକାର ଆରମ୍ଭ କରିଥିଲେ ଆହାର ଯୋଜନା । ଯାହା ଦ୍ବାରା ମାତ୍ର 5ଟଙ୍କା ଦେଇ ଭାତ ଡାଲମା ଭଳି ଖାଦ୍ୟ ଖାଇପାରିବେ ଅସହାୟ ଓ ଗରିବ ବ୍ୟକ୍ତିବିଶେଷ । ଏହି ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଏହା ଏକ ସଫଳତମ ଯୋଜନା ବୋଲି କହି ବାଃ ବାଃ ନେଉଛନ୍ତି ଶାସକ ଦଳର ନେତା ଓ ମନ୍ତ୍ରୀ । କିନ୍ତୁ ଏହାର ବାସ୍ତବ ସ୍ଥିତି ଅଲଗା।

ଆହାର ଉପରେ ବଡବଡୁଆଙ୍କ ନଜର, ଖାଉଛନ୍ତି ପାର୍ସଲ ନେଉଛନ୍ତି

ଯାଜପୁର ଜିଲ୍ଲା ବ୍ୟାସନଗରର ଗୋପବନ୍ଧୁ ଛକ ଠାରେ ଥିବା ଆହାର କେନ୍ଦ୍ରରେ ଗରିବଙ୍କ ପାଇଁ ଆସୁଥିବା ଖାଦ୍ୟ ବଡ଼ ବଡୁଆମାନେ ଖାଇବା ସହ ବାହାରକୁ ପାର୍ସଲ ନେଉଥିବା ଅଭିଯୋଗ ହେଉଛି । ଏଥିସହ ଏଠାରେ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଖାଦ୍ୟ ସରିଯାଉଥିବା ଅଭିଯୋଗ ହୋଇଛି । ଫଳରେ ପାଞ୍ଚ ଟଙ୍କିଆ ମିଲ୍‌ ଖାଇବାରୁ ବଞ୍ଚିତ ହେଉଛନ୍ତି ଗରିବ ଓ ଅସହାୟ ।

ଗରିବଙ୍କୁ ମିଳୁନି ଆହାର

ଆହାର କେନ୍ଦ୍ର ବନ୍ଦ ହେବାର ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ପହଞ୍ଚିଥିଲେ ହେଁ ଖାଇବାକୁ ନ ପାଇ ନିରାଶ ହେଉଛନ୍ତି ଲୋକେ । ନିର୍ଦ୍ଧାରିତ ସମୟ ପୂର୍ବରୁ ଆହାର କେନ୍ଦ୍ରର ସଟର ବନ୍ଦ ହୋଇଥିବା ଦେଖି ନିରାଶ ହେଇ ଫେରୁଛନ୍ତି ଅନେକ ଅସହାୟ ବୃଦ୍ଧ, ଦିନ ମଜୁରିଆ, ଗରିବ ଖଟିଖିଆ । ସରକାରଙ୍କ ନିୟମ ଅନୁଯାୟୀ ଆହାର କେନ୍ଦ୍ରର ଖାଦ୍ୟ ବାହାରକୁ ଯିବାର ନିୟମ ନାହିଁ । କିନ୍ତୁ ଏଠି ଖାଦ୍ୟ ବାହାରକୁ ଅନେକ ସମୟରେ ପାର୍ସଲ ହେଉଥିବା ଅଭଯୋଗ କରିଛନ୍ତି ଖାଇବାକୁ ନପାଇ ଫେରିଥବା ଗରିବ ଦିନ ମଜୁରିଆ ଓ ଦିବ୍ୟାଙ୍ଗ ବ୍ୟକ୍ତି ।

ଆହାର କେନ୍ଦ୍ରରେ ଖାଦ୍ୟ ନପାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ 2 ଦୃଷ୍ଟିବାଧିତ

ରାଜ୍ୟ ସରକାରଙ୍କ ଆହାର ଯୋଜନା ଗରୀବଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଘୋଷଣା କରିଛନ୍ତି । ହେଲେ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରିଥିଲେ ହେଁ ଦୃଷ୍ଟିବାଧିତ ବ୍ୟକ୍ତିମାନେ ଖାଦ୍ୟ ନପାଇ ନିରାଶ ହେବା ଭଳି ଘଟଣା ଯୋଜନାର ସଫଳତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିଛିଦିନ ତଳେ ଦୁଇଜଣ ଦୃଷ୍ଟିବାଧିତ ଖାଦ୍ୟ ନପାଇ ଆହାର କେନ୍ଦ୍ର ଆଗରେ ବସି ଗୀତ ଗାଇଥିଲେ । ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରିଥିଲେ ହେଁ ଗରିବମାନେ ଖାଦ୍ୟ ନପାଇ ନିରାଶ ହେବା ଘଟଣା ସରକାରଙ୍କ ଏହି ଯୋଜନାକୁ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା କହିଛନ୍ତି ବୃଦ୍ଧିଜୀବୀ ।

ପୌରଅଧିକାରୀଙ୍କ ଉତ୍ତର ଅଭିଯୋଗ ଆସିନି

ସେପଟେ ପୌର ପରିଷଦର ନିର୍ବାହୀ ଅଧିକାରୀ କହିଛନ୍ତି ତାଙ୍କ ନିକଟକୁ କୌଣସି ଅଭିଯୋଗ ଆସିନି ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ପ୍ରତ୍ୟେକ ଆହାର କେନ୍ଦ୍ରରେ ଖାଦ୍ୟର ପରିମାଣ ବଢାଇବାକୁ ସାଧାରଣରେ ଦାବି ହେଉଥିବା ବେଳେ କେବେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଯାଜପୁର

Last Updated : Dec 17, 2022, 6:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.